ଭୁବନେଶ୍ଵର: ଏବେ ଗ୍ରୀଷ୍ମ ଋତୁ ଆସୁଛି । ଖରାର ପ୍ରକୋପ ଧିରେ ଧିରେ ବଢ଼ିବାରେ ଲାଗିଲାଣି। ସମସ୍ତଙ୍କୁ ଜଣାଥିବ କି ସୂର୍ୟ୍ୟଙ୍କ ଅଧିକ ଉତ୍ତାପ ଯୋଗୁ ଆମର ଅନେକ ଶାରୀରିକ ସମସ୍ୟା ଦେଖା ଦେଇଥାଏ । ଖରାଦିନେ ସନବର୍ଣ୍ଣ, ସନଟ୍ୟାନ୍ ଭଳି ମୁହଁରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଯାଉଥିବାରୁ ଅଧିକ ଯତ୍ନ ନେବା ଆବଶ୍ୟକ ହୋଇଥାଏ। ହେଲେ ସାମାନ୍ୟ ଧ୍ୟାନ ଦେଲେ ଆପଣଙ୍କ ତ୍ୱଚା ଖରାଦିନେ ବି ଫ୍ରେସ୍ ରହିବ।
– ଯେଉଁମାନଙ୍କର ତେଲିଆ ତ୍ୱଚା ସେମାନଙ୍କର ଖରାଦିନରେ ମୁହଁରୁ ପ୍ରବଳ ତେଲ ବାହାରିଥାଏ। ଏପରି ସ୍ଥଳେ ପାଖରେ ସବୁବେଳେ ଏକ ରୁମାଲ ରଖନ୍ତୁ। ତ୍ୱଚା ତେଲିଆ ଲାଗିଲେ ପୋଛି ଦିଅନ୍ତୁ। ଖରାଦିନେ ତ୍ୱଚାକୁ ବାରମ୍ବାର ଧୋଇଲେ ବି ସୁଫଳ ମିଳିଥାଏ।
– ଅତ୍ୟଧିକ ତେଲ ମସଲାଯୁକ୍ତ ଖାଆନ୍ତୁ ନାହିଁ। ଏହାଦ୍ୱାରା ତ୍ୱଚାରେ ବ୍ରଣ ପରି ସମସ୍ୟା ସୃଷ୍ଟି ହୋଇଥାଏ।
– ଖରାକୁ ବାହାରିବା ପୂର୍ବରୁ ମୁହଁରେ ସନ୍ସ୍କ୍ରିନ ଲୋସନ୍ ନିଶ୍ଚିତ ଭାବେ ଲଗାନ୍ତୁ। ବାହାରୁ ଆସିବା ପରେ ସାଙ୍ଗେ ସାଙ୍ଗେ ମୁହଁକୁ ଥଣ୍ଡାପାଣିରେ ଧୁଅନ୍ତୁ। ସମ୍ଭବ ହେଲେ ଗୋଲାପ ଜଳରେ ପୋଛି ଟୋନର୍ ଲଗାଇ ନିଅନ୍ତୁ। ତ୍ୱଚା ଉପଯୁକ୍ତ ପୋଷଣ ପାଇବ।
– ସପ୍ତାହରେ ଥରେ ନିଶ୍ଚିତ ଭାବେ ତ୍ୱଚାରେ କାକୁଡ଼ି ଓ ଟମାଟୋକୁ ଗୋଲ ଗୋଲ୍ କରି କାଟି ରଖନ୍ତୁ। ଏହାଦ୍ୱାରା କଳାଦାଗ ଭଳି ସମସ୍ୟା ଦୂର ହୋଇପାରିବ।
– ପଇଡ଼ ପାଣି ତ୍ୱଚା ପାଇଁ ଖୁବ୍ ଉପକାରୀ। ତେବେ ଖରାଦିନେ ଏହାକୁ ଲଗାଇଲେ ବିଶେଷ ସୁଫଳ ମିଳେ। ସନବର୍ଣ୍ଣ, ସନଟ୍ୟାନ୍ ଭଳି ସମସ୍ୟାରୁ ମୁକ୍ତି ମିଳେ। ଏହାକୁ ଆପଣ ଫ୍ରିଜ୍ରେ ବି ରଖି ବ୍ୟବହାର କରିପାରିବେ।
– ରାତିରେ ତ୍ୱଚାରେ ହଳଦୀ, ଚନ୍ଦନ ଲଗାଇ ଶୁଅନ୍ତୁ। ତ୍ୱଚା ପରିଷ୍କାର ରହିବା ସହ ସୁସ୍ଥ ରହିବ।
– ସପ୍ତାହରେ ଥରେ ପାଚିଲା କଦଳୀ ସାହଯ୍ୟରେ ଫେସିଆଲ୍ କରନ୍ତୁ। ପାଚିଲା କଦଳୀ ତ୍ୱଚାରୁ ମୃତକୋଷ ବାହାର କରିବା ସହ ତ୍ୱଚାକୁ ଥଣ୍ଡା ରଖିବ।
– ଖରାରୁ ଆସିବା ପରେ ବେସନ ଏବଂ ଦହିର ପ୍ୟାକ୍ ମୁହଁରେ ଲଗାନ୍ତୁ। ତ୍ୱଚାର ସନ୍ତୁଳନ ବଜାୟ ରହିବ।
Comments are closed.