ନୂଆଦିଲ୍ଲୀ: ଜାତିସଂଘ ମାନବାଧିକାର ପରିଷଦର ୫୮ତମ ଅଧିବେଶନର ସପ୍ତମ ବୈଠକରେ ପାକିସ୍ତାନକୁ କଡ଼ା ଭର୍ତ୍ସନା କରିଛି ଭାରତ। ପାକିସ୍ତାନକୁ ଏକ ବିଫଳ ରାଷ୍ଟ୍ର ବୋଲି କହିଛି ଭାରତ। କେବଳ ଏତିକି ନୁହେଁ ଆଜିର ସମୟରେ ବଞ୍ଚିବା ପାଇଁ ପାକିସ୍ତାନକୁ ଦାନର ଆବଶ୍ୟକତା ରହିଛି। ଫଳରେ ସେ ସମ୍ପୂର୍ଣ୍ଣ ଭାବରେ ଅନ୍ତର୍ଜାତୀୟ ସହାୟତା ଉପରେ ନିର୍ଭରଶୀଳ। ସେ କାହାକୁ ଜ୍ଞାନ ଦେବାର ସ୍ଥିତିରେ ନାହିଁ ବୋଲି ଭାରତୀୟ ପ୍ରତିନିଧି କ୍ଷିତିଜ ତ୍ୟାଗୀ ପ୍ରକାଶ କରିଛନ୍ତି।
ପାକିସ୍ତାନ ଇସଲାମିକ ସହଯୋଗ ସଂଗଠନକୁ ଏହାର ମୁଖପାତ୍ର କହି ନିଜର ମଜାକ ଉଡ଼ାଉଛି।
ପାକିସ୍ତାନ ନିଜର ଘରୋଇ ସଙ୍କଟ ସମାଧାନ କରିବାରେ ସମ୍ପୂର୍ଣ୍ଣ ବିଫଳ ହେବା ସତ୍ତ୍ୱେ ନିଜର ଅବାନ୍ତର ଏବଂ ଦାୟିତ୍ୱହୀନ ମନୋଭାବରୁ ବାଦ ପଡୁନି। ଭାରତୀୟ ପ୍ରତିନିଧି ଆହୁରି ମଧ୍ଯ କହିଛନ୍ତି ଯେ ଜମ୍ମୁ-କାଶ୍ମୀର ଏବଂ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଅଟେ ଏବଂ ଆଗକୁ ମଧ୍ଯ ରହିବ।
Comments are closed.