Latest Odisha News

BREAKING NEWS

୧୯୯୦ରେ ଆରମ୍ଭ ହୋଇଥିଲା, ହେଲେ ଏପର୍ଯ୍ୟନ୍ତ ସରିପାରୁନି ନିର୍ମାଣ କାମ….

ହାଇଦ୍ରାବାଦ୍: ଶ୍ରୀସେଲମ ସୁଡ଼ଙ୍ଗଟ୍ଟ ଟନେଲ ଭିତରେ ୮ ଶ୍ରମିକ ଫଶିରହିବା ପରେ ଏବେ ଚର୍ଚ୍ଚାରେ ରହିଛି । ଯାହା ବିଶ୍ୱର ସବୁଠାରୁ ଲମ୍ବା ନିର୍ମାଣଧୀନ ଜଳସେଚନ ସୁଡ଼ଙ୍ଗ । ୨୨ ଫେବୃଆରୀ, ୨୦୨୫, ଆଲିମିନେଟି ମାଧବ ରେଡ୍ଡୀ ପ୍ରକଳ୍ପର ଶ୍ରୀଶୈଲମ୍ ବାମକୂଳ କେନାଲ (ଏସଏଲବିସି)ର ଏକ ଅଂଶ ଧସି ପଡ଼ିବାରୁ ଏହା ତଳେ ୮ ଜଣ ଲୋକ ଫସି ରହିଥିଲେ । କେନ୍ଦ୍ର, ରାଜ୍ୟ ଏବଂ ଅନ୍ୟାନ୍ୟ ସଂଗଠନର ଏକାଧିକ ବାହିନୀ ଦ୍ବାରା ଉଦ୍ଧାର କାର୍ଯ୍ୟରେ ଲାଗିଲେଣି ହେଲେ ଏବେ ବି ଶ୍ରମିକ ଉଦ୍ଦାର ହୋଇପାରିନାହାନ୍ତି । ତେବେ ମିଳିଥିବା ସୂଚନା ଅନୁଯାୟୀ, ଗତ ପାଞ୍ଚ ଦିନ ଧରି ଫସି ରହିଥିବା ଆଠ ଜଣଙ୍କୁ ଉଦ୍ଧାର କରିବାରେ ନିୟୋଜିତ ବିଶେଷଜ୍ଞଙ୍କ ଏକ ଦଳ ସୁଡ଼ଙ୍ଗର ଶେଷ ଭାଗରେ ପହଞ୍ଚି ଫେରିବାରେ ସଫଳ ହୋଇଛନ୍ତି । ଖୁବ୍ ଶୀଘ୍ର ଶ୍ରମିକମାନେ ମଧ୍ୟ ଉଦ୍ଦାର ହେବେ ବୋଲି ସୂଚନା ଦେଇଛନ୍ତି ସେଠିକା ପୋଲିସ୍ ।

କିନ୍ତୁ ଏହି ଟନେଲ ନିର୍ମାଣ ବିଷୟରେ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ । ରିପୋର୍ଟ କହୁଛି, ଏହି ଟନେଲ ନିର୍ମାଣ କାମ ୧୯୯୦ ମସିହାରେ ଆରମ୍ଭ ହୋଇଥିଲା । ଆଉ ୩୫ ବର୍ଷ ପରେ ବି, ଆଜି ୨୦୨୫ ବେଳକୁ ମଧ୍ୟ ଏହାର କାମ ନିର୍ମାଣଧିନ ହିଁ ରହିଛି । ଶେଷ ହୋଇପାରିନାହିଁ । ଏସଏଲସିବି ରିପୋର୍ଟ ଅନୁସାରେ, ଆନ୍ଧ୍ର ପ୍ରଦେଶ ସରକାର ୧୯୯୦ ମସିହାରେ  ବିଦେଶୀ ଜ୍ଞାନକୌଶଳର ପ୍ରୟୋଗ କରି ଶ୍ରୀଶୈଲମ ଜଳାଶୟ ନିକଟରେ କୃଷ୍ଣା ଜଳ ଟାଣିବା ପାଇଁ ସୁଡଙ୍ଗ ଯୋଜନା କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ୪୩ କିଲୋମିଟର ଲମ୍ବା ସୁଡଙ୍ଗ କାମ ୮ ବର୍ଷରେ ଶେଷ ହେବ ବୋଲି ଅନୁମାନ କରାଯାଇଥିଲା । ପରିଯୋଜନା ଅନୁସାରେ ଦୁଇଟି ସୁଡଙ୍ଗ, ଗୋଟିଏ ହେଡ୍‌ ରେଗୁଲେଟର, ଦୁଇଟି ଲିଙ୍କ୍‌ କେନାଲ, ଗୋଟିଏ ଜଳାଶୟ ଓ ଅନ୍ୟ କାମ କରାଯିବାର ଯୋଜନା ମଧ୍ୟ ଏଥିରେ ସାମିଲ ଥିଲା ।

ପରେ ୨୦୦୫ରେ ଆନ୍ଧ୍ର ପ୍ରଦେଶର ତତ୍କାଳୀନ ସରକାର ୨.୮୧୩  କୋଟି ଟଙ୍କା ଏସଏଲବିସି ସୁଡଙ୍ଗ ପରିଯୋଜନା ନିର୍ମାଣ ପାଇଁ ମଞ୍ଜୁରୀ ପ୍ରଦାନ କରିଥିଲେ । କିନ୍ତୁ ବାସ୍ତବରେ କାମ ଆରମ୍ଭ ହୋଇଥିଲା ୨୦୦୭ରେ । ଥରେ ସୁଡଙ୍ଗ ଖୋଳୁଥିବା ମେସିନ ସମ୍ପୂର୍ଣ୍ଣ ସୁଡଙ୍ଗ ଖୋଳିବା ପରେ ତାକୁ ତା ମଧ୍ୟରେ ଛାଡି ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଆଉ ସେହି ସମୟରେ ଏହି କାମ କରିବା ପାଇଁ ଆମେରିକାରୁ ମେସିନ ମଧ୍ୟ ମଗାଯାଇଥିଲା ହେଲେ ଏହି କାମ ମଝିରେ ଟିବିଏମ ଖରାପ ହେବା ଫଳରେ ଖନନ କାମ ବନ୍ଦ କରାଯାଇଥିଲା ।

ଶ୍ରୀଶୈଳମ୍ ବାମ କୂଳ କେନାଲ ବା ଏସଏଲସିବି ସୁଡ଼ଙ୍ଗ ହେଉଛି, ଆଲିମିନେଟି ମାଧବ ରେଡ୍ଡୀ ପ୍ରକଳ୍ପର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଏହା ଏକ ଆଞ୍ଚଳିକ ଜଳସେଚନ ଯୋଜନା ଯାହା ନାଲଗୋଣ୍ଡାରେ ପ୍ରାୟ ୩ ଲକ୍ଷ ଏକର କୃଷି ଜମିକୁ ଜଳସେଚନ କରିବାର ଲକ୍ଷ୍ୟ ରଖିଛି । ଏହା ଜିଲ୍ଲାର ଫ୍ଲୋରାଇଡ୍ ପ୍ରଭାବିତ ଗ୍ରାମଗୁଡ଼ିକୁ ପାନୀୟ ଜଳ ଯୋଗାଣ କରିବାର ମଧ୍ୟ ଲକ୍ଷ୍ୟ ରଖିଛି । କିନ୍ତୁ ୨୦୦୫ରେ ଆରମ୍ଭ ହୋଇଥିବା ଏହି କାମ, ଦୀର୍ଘ ୨୦ ବର୍ଷ ପରେ ବି ଅଧାପନ୍ତରିଆ ହୋଇ ପଡିଛି । ଆଉ ଏବେ ଦୁର୍ଘଟଣା ପରେ ଏଥିରେ ୮ ଶ୍ରମିକ ଫସିଛନ୍ତି ।

Comments are closed.