Latest Odisha News

BREAKING NEWS

ଲୁଣ ଦେବ ଚେହେରାରେ ଚମକ!

ଭୁବନେଶ୍ବର:ଦାଗହୀନ ଏବଂ ଉଜ୍ଜଳ ଚେହେରା କାହାକୁ ଅବା ପସନ୍ଦ ନୁହେଁ । ଆପଣ ଜାଣିଛନ୍ତି କି!  ରୋଷେଇଘରେ ଥିବା ଲୁଣକୁ ବ୍ୟବହାର କରି ଆପଣଙ୍କ ଚେହେରାରେ ଚମକ ଆଣିପାରିବେ । ଆସନ୍ତୁ ଜାଣିବା ଏହାକୁ କିପରି ବ୍ୟବହାର କରିବେ ..

– ଲୁଣ,ଅଲିଭ ତେଲ, ଲାଭେଣ୍ଡର୍ ତେଲକୁ ନେଇ ଗୋଟିଏ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହାକୁ ତ୍ୱଚାରେ ଭଲ ଭାବରେ ସ୍କ୍ରବ କରନ୍ତୁ । ଏହାପରେ କିଛି ସମୟ ଶୁଖିବାକୁ ଛାଡିଦିଅନ୍ତୁ । ତା’ପରେ ଥଣ୍ଡା ଜଳରେ ମୁହଁକୁ ଧୋଇଦିଅନ୍ତୁ । ଧୀରେ ଧୀରେ ଦେଖିବେ ତ୍ୱଚାରୁ ମୃତକୋଷ ବାହାରି ତ୍ୱଚା ଉଜ୍ଜଳ ଦେଖାଯାଉଛି ।
– ସେହିପରି ଲୁଣ ଦ୍ବାରା ନଖକୁ ମଧ୍ୟ ଚମକାଇ ପାରିବେ । ଏକ ଚାମଚ ଲୁଣ , ଏକ ଚାମଚ ଲେମ୍ବୁରସ , ଏକ ଚାମଚ ବେକିଙ୍ଗ ସୋଡ଼ା ଓ ଅଧା କପ ପାଣିରେ ମିଶେଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ ନଖ ଉପରେ ଲଗାନ୍ତୁ । କିଛି ସମୟ ପରେ ଏହାକୁ ଧୋଇ ଦିଅନ୍ତୁ । ଏହାଦ୍ବାରା ନଖ ଚମକିବ ।

-ଲୁଣ ଦ୍ବାରା ଦାନ୍ତକୁ ଚମକାଇବା ପାଇଁ ଏକ ଚାମଚ ଲୁଣ, ଏକ ଚାମଚ ବେକିଙ୍ଗ ପାଉଡରର ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହାକୁ ବ୍ରଶରେ ଲଗାଇ ଦାନ୍ତ ଘଷନ୍ତୁ ।

-ସେହିପରି ପାଟିର ଦୁର୍ଗନ୍ଧକୁ ଦୂର କରିବା ପାଇଁ ଲୁଣପାଣି ଦ୍ବାରା ନିୟମିତ କୁଳି କରନ୍ତୁ । କିଛି ଦିନ ମଧ୍ୟରେ ଆପଣଙ୍କ ମୁହଁରୁ ଦୁର୍ଗନ୍ଧ ଦୂର ହୋଇଯିବ ।

Comments are closed.