Latest Odisha News

BREAKING NEWS

ମା’ ଲକ୍ଷ୍ମୀଙ୍କ ଶୁଭାର୍ଶୀବାଦ ଲାଗି ଦୀପାବଳିରେ ଏହିପରି କରନ୍ତୁ ପୂଜାର୍ଚ୍ଚନା…

ଆଲୋକର ପର୍ବ ଦୀପାବଳିକୁ ସବୁଠି ବଡ ଧୂମଧାମରେ ପାଳନ କରାଯାଇଥାଏ । ଏଥିପାଇଁ ବହୁପୂର୍ବରୁ ଘରମାନଙ୍କରେ ସଜାସଜ୍ଜି ତଥା ପୂର୍ବପ୍ରସ୍ତୁତି ଆରମ୍ଭ କରାଯାଇଥାଏ ।

ଦୀପାବଳି ଦିନ ଦୀପର ଆଲୋକରେ ମା’ ଲକ୍ଷ୍ମୀ ଗୃହରେ ପ୍ରବେଶ କରୁଥିବା ନେଇ ମାନ୍ୟତା ମଧ୍ୟ ରହିଛି ।

ଜାଣନ୍ତୁ, ଏହିଦିନରେ କିଭଳି କରିବେ ମା’ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ।

ପୂଜା ଆରମ୍ଭ କରିବା ପୂର୍ବରୁ ଗୃହକୁ ଭଲଭାବେ ପରିଷ୍କାର ପରିଚ୍ଛନ୍ନ କରନ୍ତୁ । ମା’ଙ୍କ ଆସ୍ଥାନ ନିକଟରେ ତଥା ତଳେ ଚାଉଳ ନିଶ୍ଚୟ ରଖନ୍ତୁ ।

ମା’ଙ୍କ ପୂଜା ଲାଗି ଲାଲ୍ ରଙ୍ଗ ସୂତା, ସିନ୍ଦୂର, ନଡିଆ, ଅକ୍ଷତ, ଲାଲ୍ ବସ୍ତ୍ର, କଳସ, ଆମ୍ବ ପତ୍ର ଏବଂ ସମସ୍ତ ହୋମ ଉପକରଣ ସଜାଡି ରଖନ୍ତୁ । ସାରା ଘରେ ରଙ୍ଗବେରଙ୍ଗର ଚିତା ସହ ଦୀପରେ ସଜାନ୍ତୁ ।

ଏହି ଦିନରେ ମାତା ଲକ୍ଷ୍ମୀଙ୍କୁ ଲାଲ୍ ବସ୍ତ୍ର ପିନ୍ଧାନ୍ତୁ ଏବଂ ପରେ ଅଗ୍ରପୂଜ୍ୟ ଗଣେଶଙ୍କ ପୂଜାର୍ଚ୍ଚନା କରିବା ସହିତ ମା’ଙ୍କୁ ଆରାଧନା କରନ୍ତୁ । ଏଥିସହିତ ମା’ ଲକ୍ଷ୍ମୀଙ୍କ ମନ୍ତ୍ର ମଧ୍ୟ ଜପ କରନ୍ତୁ ।

Comments are closed.