Latest Odisha News

BREAKING NEWS

ବାତ୍ୟାଶୂନ୍ୟ ବାଇଶି; ନେଇଛି ଅନେକ, ଦେଇଛି ଆଶ୍ୱସ୍ତି

ଭୁବନେଶ୍ୱର: ହାତ ଛାଡି ଦେବ ୨୨ । ଆଉ କେଇ ଘଣ୍ଟାର ବ୍ୟବଧାନ । କ୍ୟାଲେଣ୍ଡରରୁ ହଟିଯିବ ୨୨ର ଚିହ୍ନ । ସ୍ମୃତି ହୋଇ ରହଯିବ ମନ ଡାଇରୀରେ । ଅନେକ କିଛି ଛଡେଇ ନେଇଛି ଏ ବର୍ଷ । ଅନେକ ସଙ୍ଗୀତକାର, ଅନେକ ଅଭିନେତା, ଅନେକ ଖେଳାଳି.. । ତେବେ ଗୋଟିଏ ବଡ ଆଶ୍ୱସ୍ତି ଦେଇଛି ୨୨ । ୨୨ ହୋଇଛି ବାତ୍ୟାଶୂନ୍ୟ ବର୍ଷ ।

୨୨ର ବର୍ଷା ସ୍ୱାଭାବିକ ଥିଲା । ହେଲେ ପ୍ରଚଣ୍ଡ ଥିଲା ତାର ତାପ । ଶୀତର ହାତ ବି ଦୁର୍ବଳ ଥିଲା । ଏଥର ବିଶେଷ କଷ୍ଟ ଦେଇନି ଶୀତ । ଶେଷ ଆଡକ ଭୂକମ୍ପ ଝଟକା ସାମାନ୍ୟ ଲାଗିଥିଲା । ତେବେ ସବୁଠାରୁ ଆଶ୍ୱସ୍ତି ହେଉଛି, ଏ ବର୍ଷ ଟି ଥିଲା ବାତ୍ୟାଶୂନ୍ୟ ବର୍ଷ ।

୨୨ରେ ବିଳମ୍ବ ହୋଇଥିଲା ମୌସୁମୀ ଆଗମନ ।୧୬ ଜୁନରେ ଓଡ଼ିଶାକୁ ଆସିଥିଲା ମୌସୁମୀ । ୨୦ ଜୁନରେ ସାରା ଓଡ଼ିଶାକୁ ଛୁଇଁ ଯାଇଥିଲା । ୧ ଜୁନରୁ ୩୦ ସେପ୍ଟେମ୍ବର ମଧ୍ୟରେ ରାଜ୍ୟରେ ୧୧୯୬.୮ ମିମି ବର୍ଷା ରେକର୍ଡ କରାଯାଇଥିଲା ଯାହା ୪ ପ୍ରତିଶତ ଅଧିକ ଥିଲା । ମୌସୁମୀରେ ବଙ୍ଗୋପସାଗରରେ ୭ଟି ସିଷ୍ଟମ ସୃଷ୍ଟି ହୋଇଥିଲେ ହେଁ ଗୋଟିଏ ବି ବାର୍ତ୍ତା ଓଡ଼ିଶାକୁ ଛୁଇଁନି ।

ଏବର୍ଷ ଗୋଟିଏ ଗଭୀର ଅବପାତ, ୩ଟି ଅବପାତ, ଗୋଟିଏ ସୁଦୃଶ୍ୟ ଲଘୁଚାପ, ୨ଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା । ବରଂ ଏହା ନିଅଣ୍ଟିଆ ବର୍ଷାକୁ ସ୍‌:ାଭାବିକ କରିଥିଲା । ଆନ୍ଧ୍ର ପ୍ରଦେଶରେ ପ୍ରଭାବ ପକାଇଥିବା ପ୍ରାକ ମୌସୁମୀ ବାତ୍ୟା ଅସାନି (ମେ ୭ରୁ ୧୨) ଓ ମୌସୁମୀ ପରବର୍ତ୍ତୀ ବାତ୍ୟା ସିତ୍ରାଙ୍ଗ ବାଂଲାଦେଶରେ ପ୍ରଭାବ ପକାଇଥିଲା । ଓଡ଼ିଶାକୁ ଏହାର ଭୟ ଥିଲେ ହେଁ ଶେଷ ଆଡକୁ ଟଳି ଯାଇଥିଲା । କେବଳ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବା ପାଇଁ କଟକଣା କରାଯାଇଥିଲା ଏହି ବାତ୍ୟା ପାଇଁ ।

ବର୍ଷ ଆରମ୍ଭରୁ ଅର୍ଥାତ ଜାନୁଆରୀ ଓ ଫେବୃଆରୀରେ ମାତ୍ର ୬ ଦିନ ଶୀତ ଲହରୀ ପ୍ରବାହିତ ହୋଇଥିଲା । ଶେଷ ଆଡକୁ ଶୀତ ଏକ ପ୍ରକାର ନିଖୋଜ ହୋଇ ଯାଇଥିଲା । ଫୁଲବାଣୀ, କନ୍ଧମାଳାରେ ରାତି ତାପମାତ୍ରା ୫ ଓ ୬ ଡିଗ୍ରୀ ଥିଲା । ତେବେ ଅସହ୍ୟ ଥିଲା  ଗ୍ରୀଷ୍ମ ପ୍ରବାହ  । ଏପରିକି ସନ୍ଧ୍ୟା ୬ଟା ପରେ ବି ଶୀତ ଅସହ୍ୟ ଥିଲା । ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ଟିଟିଲାଗଡରେ ୪୫ .୫ ଛୁଇଁଥିଲା ।

ବର୍ଷ ଶେଷ ଆଡକୁ ଭୂକମ୍ପ ଝଟକା ସାମାନ୍ୟ ଥରାଇଦେଇଥିଲା ରାଜ୍ୟକୁ । ଡିସେମ୍ବର ୨୧ ସକାଳ ୯.୪୬ରେ ଗଜପତି ଜିଲ୍ଲାରେ ସାମନ୍ୟ ଭୂକମ୍ପ ଝଟକା ଅନୁଭୁୂତ ହୋଇଥିଲା । ଯାହା ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୩.୪ ।

Comments are closed.