Latest Odisha News

BREAKING NEWS

ପ୍ରତିଦିନ ତିନି ଟଙ୍କାରେ କିପରି ଫିଟ୍ ରହିବେ ଜାଣନ୍ତୁ !

ଓଡ଼ିଶା ସମ୍ବାଦ ବ୍ୟୁରୋ: ପ୍ରତିଟି ଭାରତୀୟ ଲେମ୍ବୁ ଖାଇବାକୁ ପସନ୍ଦ କରନ୍ତି । କିଏ ଆଚାର କରି ଖାଏ ତ ଆଉ କିଏ ଲେମ୍ବୁ ସରବତ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ଲେମ୍ବୁର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି । ଯାହା ଶରୀରକୁ ଅନେକ ଲାଭ ପ୍ରଦାନ କରିଥାଏ । ଲେମ୍ବୁ ବା କାଗେଜି ଔଷଧୀୟ ଗୁଣଯୁକ୍ତ ଏବଂ ସୁବାସିତ। ଏଥିରେ ସାଇଟ୍ରିକ୍ ଅମ୍ଳ, ଜାସ୍କୋନିକ୍ ଅମ୍ଳ, ମାଲିକ୍ ଅମ୍ଳ, ଫସ୍ଫରିକ୍ ଅମ୍ଳ, ଗ୍ଲୁକୋଜ୍ ଅଦି ଥାଏ।

କରୋନା ମହାମାରୀ ପରେ ଏବେ ଅନେକ ରୋଗ ଦେଖାଦେଇଛି । ତେଣୁ ଏବେ ଫିଟ୍ ଏବଂ ଫାଇନ୍ ରହିବା ନିହାତି ଜରୁରୀ । ତେଣୁ ପ୍ରାକୃତିକ ଉପୟାରେ ଫିଟ୍ ରହିବାକୁ ହେଲେ ଲେମ୍ବୁର ବ୍ୟବହାର କରିପାରିବେ । ଏବେ ବଜାରରେ ଲେମ୍ବୁ ଗୋଟିଏ 3 ଟଙ୍କାରୁ 5 ଟଙ୍କା ମଧ୍ୟରେ ରହିଛି । ଆଉ ଜାଣନ୍ତୁ ପ୍ରତିଦିନ ଗୋଟିଏ ଲେମ୍ବୁ ବ୍ୟବହାର କରି କିପରି ନୀରୋଗ ଏବଂ ସୁସ୍ଥ ରହିପାରେବେ।

ଲେମ୍ବୁ ରସ ବ୍ୟବହାର କରି ବଦହଜମି, ବାତ, ପିତ, କଫ, ଶ୍ୱାସ, କୋଷ୍ଠକାଠିନ୍ୟ, ଚର୍ମରୋଗ ଆଦିର ଚିକତ୍ସା କରାଯାଇଥାଏ। ଘରୋଇ ଚିକିତ୍ସା ପାଇଁ ମଧ୍ୟ ଲେମ୍ବୁ ବେଶ ଦରକାରୀ। ଲେମ୍ବୁର ବଜାର ଚାହିଦା ଦୃଷ୍ଟିରୁ ଜଣେ ଏହାକୁ ଭଲ ଭାବେ ଚାଷ କରିଲେ ନିଶ୍ଚୟ ଅଧିକ ଲାଭ ପାଇପାରିବ।
ସକାଳେ ନିୟମିତ ଉଷୁମ ଲେମ୍ବୁ ପାଣି ପିଇବା ମଧ୍ୟ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଲେମ୍ବୁ ଏହାର ଖଟା ସହିତ ଯେକୌଣସି ଖାଦ୍ୟର ସ୍ୱାଦକୁ ବଢାଇଥାଏ। ଲେମ୍ବୁ କେବଳ ଖାଦ୍ୟର ସ୍ୱାଦକୁ ବଢାଏ ନାହିଁ ବରଂ ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ।

ଏଥିରେ ଅନେକ ପ୍ରକାରର ଭିଟାମିନ୍ ଏବଂ ମିନେରାଲ୍ସ ଭରପୂର ରହିଛି। ଏଥିରେ ଭିଟାମିନ୍ ସି ମୁଖ୍ୟତଃ ଭରପୂର ରହିଛି। ଆପଣ ଯେକୌଣସି ଋତୁରେ ଏହି ଲେମ୍ବୁ ପାଇବେ। ଏହା ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ଆପଣ ଜାଣିପାରିବେ। ଲେମ୍ବୁ ପାଣିରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଛି। ଏଥିରେ ପୋଟାସିୟମ୍, ଭିଟାମିନ୍ ବି ଭରପୂର ରହିଛି । ଖାଲି ପେଟରେ ସକାଳେ ଏକ ଗ୍ଲାସ୍ ଉଷୁମ ଲେମ୍ବୁ ପାଣି ପିଇବାକୁ ପରାମର୍ଶ ଦିଆଯାଏ। ଏହା ହଜମ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ଦେଇଥାଏ ଯେପରିକି କୋଷ୍ଠକାଠିନ୍ୟ ଏବଂ ପେଟରେ ଗ୍ୟାସ ହେବା ଇତ୍ୟାଦି। ଏହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଥାଏ। ଏହା ହଜମ ପ୍ରକ୍ରିୟାକୁ ସୁସ୍ଥ ରଖେ।

ଖାଲି ପେଟରେ ଲେମ୍ବୁ ପାଣି ସେବନ ଦ୍ୱାରା ମେଟାବୋଲିଜିମ୍ ତ୍ୱରାନ୍ୱିତ ହୁଏ। ଅର୍ଥାତ ମୋଟାପଣ ଦୂର କରେ । ଏହା ପେଟର ଚର୍ବିକୁ ହ୍ରାସ କରିବା ସହ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ପ୍ରତିଦିନ ସକାଳେ ଖାଲି ପେଟରେ ଲେମ୍ବୁ ପାଣି ପିଇବା ଦ୍ୱାରା ଚର୍ମ ଭଲ ରହିଥାଏ। ଏହା ଚର୍ମକୁ ଚମକାଇବାରେ ସାହାଯ୍ୟ କରେ । ଚମକୁଥିବା ଚର୍ମ ପାଇଁ ଆପଣ ପ୍ରତିଦିନ ଲେମ୍ବୁ ପାଣି ପିଇ ପାରିବେ। ଲେମ୍ବୁ ଆସ୍କୋରବିକ୍ ଏସିଡର ଏକ ଉତ୍କୃଷ୍ଟ ଉତ୍ସ। ଏହା ପ୍ରାକୃତିକ ଉପାୟରେ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଏହା ଅନେକ ପ୍ରକାରର ଜୀବାଣୁ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ରକ୍ଷା କରିବା ପାଇଁ କାର୍ଯ୍ୟ କରିଥାଏ। ଦିନସାରା ଶକ୍ତି ସ୍ତର ବଜାୟ ରଖିବା ପାଇଁ ଆପଣ ଲେମ୍ବୁ ଖାଇପାରିବେ।

Leave A Reply

Your email address will not be published.