ଭୁବନେଶ୍ୱର : ପ୍ରଳୟଙ୍କାରୀ ବାତ୍ୟା ‘ଫନି’ ଫଳରେ ଓଡିଶାର କିଛି ଜିଲ୍ଲାରେ ଯୋଗାଯୋଗ ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ବିଚ୍ଛିନ୍ନ ହୋଇଥିବାବେଳେ ସହରବାସୀଙ୍କୁ ସାହାର୍ଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି ୫ ଟେଲିକମ୍ କମ୍ପାନୀ ।
ଏସମ୍ପର୍କରେ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ (ବିଏସସିଏଲ୍) ପକ୍ଷରୁ ଟ୍ୱିଟ୍ କରାଯାଇଛି ।
#CycloneFani Alert: Now you can use any available mobile network by searching mobile network manually in settings. Turn Data Roaming 4 internet. Now All mobile network BSNL, Airtel, Vodafone, Idea, Jio have merged to give uninterrupted serving in Cyclone affected area in Odisha.
— Smart Bhubaneswar (@BSCL_BBSR) May 8, 2019
ବିଏସଏନଏଲ, ଏୟାରଟେଲ୍, ଭୋଡାଫୋନ୍, ଆଇଡିଆ ଏବଂ ଜିଓ ନେଟ୍ଓ୍ୱର୍କ ଭଳି ଏହି ମୋବାଇଲ କମ୍ପାନୀ ଗୁଡିକ ବନ୍ୟା ପ୍ରଭାବିତ ଅଞ୍ଚଳରେ ଗ୍ରାହକଙ୍କୁ ନିରନ୍ତର ମୋବାଇଲ ଫୋନ୍ ସେବା ଯୋଗାଇବାକୁ ଏକାଠି ପ୍ରୟାସ ଆରମ୍ଭ କରିଛନ୍ତି।
ମିଳିଥିବା ସୂଚନାନୁଯାୟୀ ବନ୍ୟା ବିପନ୍ନ ଅଞ୍ଚଳରେ ଗ୍ରାହକମାନେ ମୋବାଇଲ ସେବା ପାଇବା ପାଇଁ ନିଜ ନିଜ ମୋବାଇଲ ଫୋନର ସେଟିଂକୁ ଯାଇ ମୋବାଇଲ ନେଟଓ୍ୱର୍କ ସର୍ଚିଂରେ ମାନୁଆଲ ସେଟିଂ ସିଲେକ୍ଟ କରି ଡାଟା ରୋମିଂ ଫର ଇଣ୍ଟରନେଟକୁ ଆକ୍ଟିଭେଟ୍ କରିପାରିବେ।
ଏହା ଫଳରେ ମୋବାଇଲରେ ଯେକୌଣସି ସିମ୍ ପଡିଥିଲେ ମଧ୍ୟ ଗ୍ରାହକମାନେ ଏହି କମ୍ପାନୀର ନେଟ୍ଓ୍ୱର୍କ ଗୁଡିକ ସହ ଯୋଡି ହୋଇ ନିରନ୍ତର ମୋବାଇଲ୍ ସେବା ପାଇପାରିବେ।
Comments are closed.