Latest Odisha News

BREAKING NEWS

ଛତିଶଗଡରେ ଏନକାଉଣ୍ଟର, ୨ ନକ୍ସଲ ନିହତ

ରାୟପୁର: ଛତିଶଗଡ଼ ଜିଲ୍ଲାର ଦାନ୍ତେଓ୍ଵାଡା-ସୁକମା ଠାରେ ସୁରକ୍ଷାବଳ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହେବାଫଳରେ ୨ ଜଣ ନକ୍ସଲ ନିହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ଆଜି ଦାନ୍ତେଓ୍ଵାଡା-ସୁକମା ଅଞ୍ଚଳରେ ସୁରକ୍ଷାବଳ ଏବଂ ନକ୍ସଲଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଜଣ ମହିଳା ନକ୍ସଲଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ଘଟିଛି ।

ଏସମ୍ପର୍କରେ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।

ଏସଂପର୍କରେ ଆଇଜି ବସ୍ତର ବିବେକାନନ୍ଦ ସୂଚନା ଦେଇ କହିଛନ୍ତି ଯେ ଦାନ୍ତେଓ୍ଵାଡା ଏବଂ ସୁକୁମା ସୀମାନ୍ତରେ ଏହି ଘଟଣା ଘଟିଛି। ଏଥିରେ କେହି ସୁରକ୍ଷା କର୍ମୀ ହତାହତ ହୋଇ ନଥିବାର ବି ସେ ସୂଚନା ଦେଇଛନ୍ତି।

ଏହି ଘଟଣା ପରେ ସେମାନଙ୍କ ନିକଟରୁ ବିପୁଳ ପରିମାଶର ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବା ବେଳେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ତଲାସି ଅଭିଯାନକୁ ଜୋରଦାର କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.