Latest Odisha News

BREAKING NEWS

ସୋଆରେ ଶନିବାରରୁ ଏଚଆର୍ କନକ୍ଲେଭ୍ ଆରମ୍ଭ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ରେ ଏକତ୍ରିତ ହେବେ ଉଭୟ ବ୍ୟବସାୟିକ ଏବଂ ଶିକ୍ଷା କ୍ଷେତ୍ରର ଅଗ୍ରଣୀ ବ୍ୟକ୍ତି ବିଶେଷ । ଆସନ୍ତା ଅଗଷ୍ଟ ୨୪ ଏବଂ ୨୫ ଦୁଇଦିନ ଧରି ସୋଆରେ ଆୟୋଜିତ ହେବ ମାନବ ସମ୍ବଳ କନକ୍ଲେଭ । ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ଏବଂ ଗ୍ଲୋବାଲ୍ ୱାର୍କଫୋର୍ସ ମ୍ୟାନେଜମେଂଟର ମିଳିତ ଆନୁକୂଲ୍ୟରେ ଏହି ମାନବ ସମ୍ବଳ କନକ୍ଳେଭର ଆୟୋଜନ କରାଯାଇଛି ।

ସୋଆରେ ଦ୍ୱିତୀୟ ଥର ପାଇଁ ଆୟୋଜିତ ହେଉଥିବା ଏହି କନକ୍ଲେଭ ହେଉଛି ପୂର୍ବ ଭାରତର ବୃହତର ବ୍ୟବସାୟୀକ ଏବଂ ଶିକ୍ଷା ଭିତିକ କନକ୍ଲେଭ । ଏହି କନକ୍ଲେଭର ମୂଖ୍ୟ ପ୍ରସଙ୍ଗ ରହିଛି ‘ଦକ୍ଷତା ବୃଦ୍ଧି କରିବା, ବିକାଶ କୁ ତ୍ୱରାନିତ କରିବା’ । ଏହି କନକ୍ଲେଭରେ ମୂଖ୍ୟତଃ ଦକ୍ଷତା ବୃଦ୍ଧି କରାଇବାରେ କର୍ପୋରେଟ୍ ଗୁଡିକର ଭୂମିକା, ସାମାଜିକ ସ୍ତରରେ କିଭଳି ଦକ୍ଷତା ଖୋଜି ବାହାର କରାଯାଇପାରିବ ଏବଂ ଦକ୍ଷତା ବୃଦ୍ଧିନେଇ ବିଭିନ୍ନ କୌଶଳ ପ୍ରୟୋଗ କରାଯାଇପାରିବ ସେ ଦିଗରେ ଆଲୋଚନା କରାଯିବ । ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ଏବଂ ଗ୍ଲୋବାଲ୍ ୱାର୍କଫୋର୍ସ ମ୍ୟାନେଜମେଂଟର ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମର ମୂଖ୍ୟ ଉଦ୍ଦେଶ୍ୟ ରହିଛି ଶିଳ୍ପ କ୍ଷେତ୍ରର ବିଶେଷଜ୍ଞ ଏବଂ ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ଭୂମିକା ନେଉଥିବା ଶିକ୍ଷାବିତ୍ ମାନଙ୍କୁ ଏକତ୍ରିତ କରିବା ।

ଏହି ବ୍ୟକ୍ତି ବିଶେଷ ମାନେ ଏକତ୍ରିତ ହୋଇ “ଦକ୍ଷତା ବୃଦ୍ଧି କରିବା, ବିକାଶ କୁ ତ୍ୱରାନିତ କରିବା” ଦିଗରେ ଆଲୋଚନା କରିବେ ଏବଂ ଯେଉଁ ବ୍ୟକ୍ତିମାନେ କିଛି ମାତ୍ରାରେ ଦକ୍ଷ ଅଛନ୍ତି ସୋମାନଙ୍କୁ ଆଗକୁ ଯିବାରେ ସାହାଯ୍ୟ କରିପାରିବେ । ଏହି କନକ୍ଲେଭ ହେଉଛି ଏଭଳି ଏକ ପ୍ଲାଟଫର୍ମ ଯେଉଁଠାରେକି ଉଭୟ ଶିଳ୍ପ ଏବଂ ଶିକ୍ଷା କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିମାନେ ଦକ୍ଷତା ବିକାଶ ପାଇଁ ବ୍ଲୁ ପ୍ରିଂଟ୍ ପ୍ରସ୍ତୁତ କରିବେ । ମାନବସମ୍ବଳ କନକ୍ଲେଭରେ ସାମ୍ସଙ୍ଗ, ନୋକିଆ, ଇନଫରମାଟିକା, ଜେଏସ୍ଡବ୍ଲ୍ୟ, ଟାଟା ଆଇକ୍ୟୁ ଭଳି ବିଭିନ୍ନ କଂପାନୀର ବରିଷ୍ଠ କର୍ମକର୍ତା ଏବଂ ମାନବ ସମ୍ବଳ ବିଶେଷଜ୍ଞଙ୍କ ସମେତ ବିଶିଷ୍ଟ ଶିକ୍ଷାବିତ୍ ଏବଂ ଶିଳ୍ପ ଜଗତର ବରିଷ୍ଠ ବ୍ୟକ୍ତି ବିଶେଷ ଯୋଗଦେବେ ଏବଂ ସୋଆ ବିଶ୍ୱବିଦ୍ୟାଳୟର ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ରହିବେ । ଏହି କାର୍ଯ୍ୟକ୍ରମକୁ ସୋଆର ଟ୍ରେନିଂ ଏବଂ ପ୍ଲେସମେଂଟ ବିଭାଗ ସଂଯୋଜନା କରୁଛି ।

Leave A Reply

Your email address will not be published.