ନୂଆଦିଲ୍ଲୀ: ହ୍ରିତିକ ରୋଶନ, ଦୀପିକା ପାଦୁକୋନ ଏବଂ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ଗୁଜବ ଉପରେ ବ୍ରେକ୍ ଲଗାଇଛନ୍ତି। ରବିବାର ଦିନ ହ୍ରିତିକ ରୋଶନଙ୍କ ଜନ୍ମଦିନ ଅବସରରେ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ତାଙ୍କର ନୂଆ ଚଳଚ୍ଚିତ୍ରକୁ ନେଇ ଘୋଷଣା କରିଛନ୍ତି। ତାଙ୍କର ନୂଆ ଚଳଚ୍ଚିତ୍ର ହେଉଛି ‘ଫାଇଟର୍’। ଏହି ଚଳଚ୍ଚିତ୍ରରେ ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନ ଏକାଠି ନଜର ଆସିବେ।
ଅନ୍ୟପକ୍ଷରେ ହ୍ରିତିକ ରୋଶନ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ମୋସନ ପୋଷ୍ଟର ଦେଇ ଫିଲ୍ମ ‘ଫାଇଟର୍’ ଘୋଷଣା କରିଛନ୍ତି। ସେ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦଙ୍କ ପାଇଁ ଏକ ଭାବପ୍ରବଣ ନୋଟ୍ ମଧ୍ୟ ଲେଖିଛନ୍ତି। ସେ ତାଙ୍କ ନୋଟରେ ଲେଖିଛନ୍ତି, ଜଣେ ଅଭିନେତା ଭାବରେ ସିଦ୍ଧାର୍ଥ ଆନନ୍ଦଙ୍କ ଫିଲ୍ମ ଫାଇଟରର ଅଂଶ ହୋଇଥିବାରୁ ମୁଁ ବହୁତ ଖୁସି ଅନୁଭବ କରୁଛି! ଏହା ଅତ୍ୟନ୍ତ ସ୍ୱତନ୍ତ୍ର। କାରଣ ଏହା ଜଣେ ନିର୍ଦ୍ଦେଶକ ଏବଂ ବନ୍ଧୁଙ୍କ ସହ ମୋର ସମ୍ପର୍କକୁ ଗଭୀର କରିଦେଇଛି।
Comments are closed.