Latest Odisha News

BREAKING NEWS

ପୂନର୍ବାର ଅଡୁଆରେ ହ୍ରିତିକଙ୍କ କ୍ରିଶ ୪

ମୁମ୍ବାଇ: ହ୍ରିତିକ ରୋଶନଙ୍କ ବହୁ ଚର୍ଚ୍ଚିତ କ୍ରିଶ ୪ ଫିଲ୍ମ ପୂନର୍ବାର ଅଡୁଆରେ ପଡିଛି । ରିପୋର୍ଟ ଅନୁସାରେ ଫିଲ୍ମକୁ ସମ୍ପୂର୍ଣ୍ଣ କରିବା ପାଇଁ ୭୦୦ କୋଟି ବଜେଟର ଆବଶ୍ୟକତା ରହିଛି । ଏତେ ମାତ୍ରାରେ ଅର୍ଥ ବାଜିରେ ଲଗାଇବାକୁ କେହି ରାଜି ହେଉ ନାହାନ୍ତି । କ୍ରିଶ ୩ ରିଲିଜ ହେବାର ୧୦ ବର୍ଷରୁ ଅଧିକ ସମୟ ହୋଇ ଗଲାଣି । ଏବେକାର ଦର୍ଶକ ଏହାକୁ ଗ୍ରହଣ କରିବେ କି ନାହିଁ ସେ ନେଇ ସମସ୍ତେ ଦ୍ୱନ୍ଦ୍ୱରେ ରହିଛନ୍ତି । ସିଦ୍ଧାର୍ଥ ଆନନ୍ଦ ମଧ୍ୟ ଏହି ପ୍ରୋଜେକ୍ଟରୁ ଦୂରେଇ ଯାଇଛନ୍ତି । ହ୍ରିତିକ ଏବଂ ତାଙ୍କ ବାପା ରାକେଶ ରୋଶନ ଏ ନେଇ ଭାରତର ପ୍ରାୟ ସମସ୍ତ ଷ୍ଟୁଡିଓ ସହ ଯୋଗାଯୋଗ କରି ସାରିଛନ୍ତି ।

ପୂର୍ବରୁ ଏହାର ଶୁଟିଂ ୨୦୨୫ରେ ଆରମ୍ଭ ହେବ ବୋଲି ସ୍ଥିର ହୋଇଥିଲା । ଏବେ ଏହାକୁ ଘୁଂଚାଇ ଦିଆଯାଇ ୨୦୨୬ରେ ଆରମ୍ଭ ହେବ ବୋଲି ମେକର୍ସଙ୍କ ପକ୍ଷରୁ କୁହାଯାଇଛି । ସିଦ୍ଧାର୍ଥଙ୍କ ପରେ ରାକେଶ ଏହି ଫିଲ୍ମ ପାଇଁ ଏକ ନୂଆ ଟିମ ପ୍ରସ୍ତୁତ କରିବାକୁ ଯାଉଛନ୍ତି । ତେବେ ମୂଖ୍ୟ ସମସ୍ୟା ଏହାର ବଜେଟ ରହିଛି । ୱାର ୨ ଫିଲ୍ମ ଯଦି ବକ୍ସ ଅଫିସରେ ଭଲ ବ୍ୟବସାୟ କରେ ତେବେ ହ୍ରିତିକଙ୍କ କ୍ରିଶ ୪ ଫିଲ୍ମ ପାଇଁ ସମସ୍ତ ଅସୁବିଧା ଦୂର ହୋଇଯିବ ବୋଲି ଆଶା କରାଯାଉଛି । ସୂଚନା ଯୋଗ୍ୟ କୋଇ ମିଲ ଗୟା ପରେ କ୍ରିଶ ଫ୍ରାଂଚାଇଜର ଆରମ୍ଭ ହୋଇଥିଲା । ସମସ୍ତ ଫଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଛି ।

Comments are closed.