Latest Odisha News

BREAKING NEWS

ଇଂଲଣ୍ଡ ବିପକ୍ଷ ସିରିଜରେ ଏହି ଖେଳାଳି ହେବେ ଅଧିନାୟକ, ନରମିଲା ବିସିସିଆଇ

ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ପୂର୍ବରୁ ଭାରତରେ କ୍ରିକେଟକୁ ନେଇ ଏକ ଅଲଗା ପ୍ରକାର ବାତାବରଣ ରହିଥିଲା । ପ୍ରଶଂସକ ଏବଂ ବିିସିସିଆଇ ଟିମ ଇଣ୍ଡିଆର ଦୁଇ ମହାନ ଖେଳାଳିଙ୍କ କ୍ୟାରିୟର ଶେଷ ହେବାର ଡେଡଲାଇନ ଏକପ୍ରକାର ଘୋଷଣା କରି ଦେଇଥିଲେ । ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଚାମ୍ପିୟନ ହେବା ପରେ ସବୁ କିଛି ବଦଳି ଯାଇଛି । ବିସିସିଆଇ ମଧ୍ୟ ରୋହିତ ଏବଂ ବିରାଟ କୋହଲିଙ୍କ ଆଗରେ ନରମିଛି ।

ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ରିପୋର୍ଟ ଅନୁସାରେ ଆଗାମୀ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ରୋହିତ ପୂର୍ବ ଭଳି ଦଳର ନେତୃତ୍ୱ ନେବେ । ଏହି ଦୁଇ ଖେଳାଳିଙ୍କ ବିକଳ୍ପ ନାହିଁ ବୋଲି ବିସିସିଆଇ ହୃଦୟଙ୍ଗମ କରିଛି । ଅଧିନାୟକ ଭାବେ ରୋହିତ ୯ ମାସ ମଧ୍ୟରେ ଭାରତକୁ ୨ଟି ଆଇସିସି ଟ୍ରଫି ଦେଇଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜକୁ ସମସ୍ତେ ଏବେ ଏକ ଦୁଃସ୍ୱପ୍ନ ଭାବେ ଭୁଲିବାକୁ ଚାହୁଁଛନ୍ତି । ରୋହିତଙ୍କ ବିକଳ୍ପ ଭାବେ ବିସିସିଆଇ ଯଶପ୍ରୀତ ବୁମରାହଙ୍କୁ ଟେଷ୍ଟର ଅଧିନାୟକ ଭାବେ ନିଯୁକ୍ତ କରିଥିଲେ । ସେ କ୍ରମାଗତ ଆଘାତ ସମସ୍ୟାରେ ପଡୁଥିବାରୁ ରୋହିତଙ୍କୁ ଭରୋଷା କରିବା ବ୍ୟତୀତ ବୋର୍ଡ ନିକଟରେ ବିକଳ୍ପ ନାହିଁ ।

ରୋହିତଙ୍କ ଉପସ୍ଥିତିରେ ଶୁଭମନ ଗିଲଙ୍କୁ ଅଧିନାୟକ ଭାବେ ଅଭିଜ୍ଞ କରିବାକୁ ବିିସିସିଆଇ ଚାହୁଁଛି । ଆନ୍ତର୍ଜାତୀୟ ଟି୨୦ରୁ ଅବସର ଘୋଷଣା କରିବା ପରେ ରୋହିତ ଦିନିକିଆ ଏବଂ ଟେଷ୍ଟ ଖେଳିବା ଜାରୀ ରଖିଛନ୍ତି । ଚାମ୍ପିୟନ୍ସ ଟ୍ରଫି ପରେ ସେ ଅବସର ନେଉ ନାହାନ୍ତି ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି । ଆଗାମୀ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଏବଂ ଦିନିକିଆ ବିଶ୍ୱକପ ଖେଳିବାକୁ ରୋହିତ ଚାହୁଁଛନ୍ତି । ଜୁନରୁ ୨୦୨୭ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଆରମ୍ଭ ହେବ । ଇଂଲଣ୍ଡ ବିପକ୍ଷରେ ଭାରତ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ ।

Comments are closed.