ମୁମ୍ବାଇ: ବଲିଉଡର ଷ୍ଟାଇଲିଶ ଅଭିନେତା ହ୍ରିତିକ ରୋଶନ ହଲିଉଡରେ ପାଦ ଥାପିବାକୁ ଯାଉଛନ୍ତି । ରିପୋର୍ଟସ ମୁତାବକ ସେ ଏକ ସ୍ପାଇ ଥ୍ରୀଲରରେ ଅଭିନୟ କରିବାକୁ ଯାଉଛନ୍ତି । ଏଥିପାଇଁ ସେ ଅଡିଶନ ମଧ୍ୟ ଦେଇ ସାରିଛନ୍ତି । ଏହ ବିଗ ବଜଟେ ଫିଲ୍ମ ପାଇଁ ହ୍ରିତିକ ଓ ପ୍ରଡକ୍ସନ ହାଉସ ମଧ୍ୟରେ ପ୍ରାରମ୍ଭିକ ପର୍ଯ୍ୟାୟରେ କଥାବାର୍ତା ଚାଲିଛି ।
ଯଦି ସବୁ କିଛି ଠିକ୍ ଠାକ୍ ହୁଏ ତାହାହେଲେ କ୍ରିଶ-୪ ପରେ ହ୍ରିତିକ ଏହି ଫିଲ୍ମ ପାଇଁ ଶୁଟିଂ ଆରମ୍ଭ କରିବେ । ତେବେ ଏଥିନେଇ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନାହିଁ । ହ୍ରିିତିକଙ୍କ ପୂର୍ବରୁ ପ୍ରିୟଙ୍କା ଚୋପ୍ରା ହଲିଉଡରେ ନିଜ ସ୍ଥିତି ଜାହିର କରି ସାରିଛନ୍ତି । ସେହିପରି ଦୀପିକା ପାଦୁକୋନ ଟ୍ରିପଲ ଏକ୍ସ: ଦି ରିଟର୍ଣ୍ଣ ଅଫ ଜେଣ୍ଡରରେ ଅଭିନୟ କରି ସାରିଛନ୍ତିି ।
Comments are closed.