Latest Odisha News

BREAKING NEWS

ଛେଳି ଜନ୍ମ କଲା ମଣିଷ ଆକୃତିର ଛେଳି ଛୁଆ

ଆସାମ: ଆମ ଆଖପାଖରେ ଅନେକ ସମୟରେ ଏହିପରି କିଛି ଘଟଣା ଘଟେ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦିଏ । ଏହି ମଧ୍ୟରେ ଆସାମର କଚାର ଜିଲ୍ଲାରୁ ଏକ ଦୃଶ୍ୟ ସାମ୍ନାକୁ ଆସିଛି । ଯାହା କିଛି ଚତ୍ମକାରଠାରୁ କମ୍ ନୁହେଁ । ଆପଣ କେବେ ଶୁଣିଛନ୍ତି ପଶୁ ମଣିଷ ଛୁଆକୁ ଜନ୍ମ ଦେବା କଥା! ହଁ ଆଜ୍ଞା ଆମେ କହୁଛୁ, ଛେଳି ପାଖରୁ ମଣିଷ ସନ୍ତାନ ଭଳି ଦେଖାଯାଉଥିବା ଛୁଆକୁ ଜନ୍ମ ଦେଇଛି । ବିଶ୍ୱାସ ନହେଲେ ବି କଥାଟି ସତ ।

ଆସାମର କଚାର ଜିଲ୍ଲାର ଗଙ୍ଗାପୁର ଗାଁର ଶଙ୍କର ଦାସଙ୍କ ବାସଭବନ ଘଟିଛି ଏହି ଘଟଣା । ମଣିଷ ସନ୍ତାନ ଭଳି ଦେଖାଯାଉଥିବାରୁ ଏହାକୁ ଦେଖିବାକୁ ଦୂର ଦୂରାନ୍ତରୁ ଲୋକଙ୍କ ଭିଡ଼ ଜମିଥିଲା । ଏହାର ଆଖି, ନାକ, ପାଟି ମଣିଷ ଭଳି ଦେଖାଯାଉଥିଲା । କାନ ଛେଳି ପରି ଥିଲା । ତେବେ ଛୁଆଟି ଜନ୍ମ ହେବାର ଅଧଘଣ୍ଟା ପରେ ମୃତ୍ୟୁ ହୋଇଥିଲା ।

ଛେଳିର ମାଲିକ କହିଛନ୍ତି, ଯେମିତି ଛେଳିଟି ସନ୍ତାନକୁ ଜନ୍ମ ଦେବାମାତ୍ରେ ସମସ୍ତେ ଚକିତ ହୋଇପଡ଼ିଲେ । ତାର ସମ୍ପୂର୍ଣ୍ଣ ମୁହଁ ମଣିଷ ମୁହଁ ଭଳି ଦେଖାଯାଉଥିଲା । ଛେଳି ଛୁଆର ଲାଞ୍ଜ ମଧ୍ୟ ନଥିଲା । ଜନ୍ମିତ ଛେଳି ଅଧଘଣ୍ଟା ପରେ ମୃତ୍ୟୁବରଣ କଲା ସତ । କିନ୍ତୁ ଗାଁରେ ଏହା ଚର୍ଚ୍ଚାର ବିଷୟ ପାଲଟିଯାଇଛି ।

Leave A Reply

Your email address will not be published.