Latest Odisha News

BREAKING NEWS

ସ୍ୱେରେଜ କାମ ଶୀଘ୍ର ସାର

ଭୁବନେଶ୍ୱର: ରାଜ୍ୟର ମହାନଗର ଗୁଡ଼ିକରେ ଚାଲୁଥିବା ସ୍ୱେରେଜ ପ୍ରକଳ୍ପ ଶୀଘ୍ର ସାରିବାକୁ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଜଳ ଯୋଗାଣ ଓ ସ୍ୱେରେଜ ବୋର୍ଡ କୁ ନିର୍ଦ୍ଦେଶ ଦେଇଛନ୍ତି । କଟକ ଓ ଭୁବନେଶ୍ୱର, ସମ୍ବଲପୁର ଓ ରାଉରକେଲା ସହରରେ ସ୍ୱେରେଜ ବ୍ୟବସ୍ଥା କାର୍ଯ୍ୟ ତ୍ୱରାନ୍ନିତ କରିବାକୁ ମନ୍ତ୍ରୀ ଶ୍ରୀ ଜେନା ନିଦ୍ଦେର୍ଶ ଦେଇଛନ୍ତି ।

ଲୋକସେବା ଭବନରେ ମନ୍ତ୍ରୀ ଓଡ଼ିଶା ଜଳ ଯୋଗାଣ ଓ ସ୍ୱେରେଜ ବୋର୍ଡ଼ର୍ର ଯନ୍ତ୍ରୀମୁଖ୍ୟ ହାଡ଼ିବନ୍ଧୁ ବେହେରା, ମୁଖ୍ୟ ଯନ୍ତ୍ରୀ ବିନୋଦ କୁମାର ସାହୁ ଏବଂ ଓ.ଏସ୍‌.ଡ଼ି ବସନ୍ତ କୁମାର ପରିଡ଼ା ଙ୍କ ସହ ସମୀକ୍ଷା ବୈଠକ କରିଥିଲେ।

ସମୀକ୍ଷା ବିବରଣୀରୁ ପ୍ରକାଶ କଟକ ଓ ଭୁବନେଶ୍ୱରରେ ଆରମ୍ଭ କରାଯାଇଥିବା ଯଥାକ୍ରମେ ୩୫୭ କି.ମି. ଓ ୨୩୮ କି.ମି. ସ୍ୱେରେଜ ବ୍ୟବସ୍ଥା, ୧୦୦ ଏମ୍‌. ଏଲ.ଡ଼ି କ୍ଷମତା ସଂପନ୍ନ ୩ ଗୋଟି ଏସ୍‌.ଟି.ପି, ୫୬ ଗୋଟି ପମ୍ପିଙ୍ଗ ସେଂଟର, ୧୭.୯ କି.ମି. ଡ୍ରେନ ଓ ୭ ଟି ସ୍ଲୁଇସି ଗେଟ୍ କାର୍ଯ୍ୟ ପ୍ରାୟ ୮୫ ପ୍ରତିଶତରୁ ଅଧିକ ସଂପୂର୍ଣ୍ଣ ହୋଇଥିବା ବେଳେ କଟକର ବକ୍ସ ଡ୍ରେନ କାର୍ଯ୍ୟ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ଆଗେଇ ଚାଲିଛି ।

ଭୁବନେଶ୍ୱରରେ ହାତକୁ ନିଆଯାଇଥିବା ୨୩୮ କି.ମି. ସ୍ୱେରେଜ ପାଇପ ବିଛାଇବା କାର୍ଯ୍ୟରୁ ୨୧୦ କି.ମି, କଟକରେ ୩୫୭ କି.ମି. ମଧ୍ୟରୁ ୩୪୧ କି.ମି. ସଂପୂର୍ଣ୍ଣ ହୋଇଛି । ସି.ଡ଼ି.ଏ ରେ ଏସ୍‌.ଟି.ପି-୧ ଅନ୍ତର୍ଗତ ୩୬ ଏମ୍‌. ଏଲ.ଡ଼ି, ମତଗଜପୁରରେ ଏସ୍‌.ଟି.ପି-୨ ଅନ୍ତର୍ଗତ ୧୬ ଏମ୍‌. ଏଲ.ଡ଼ି, ଏସ୍‌.ଟି.ପି ଏବଂ ୩୬ ରୁ ୨୯ ଟି ପମ୍ପିଙ୍ଗ ଷ୍ଟେସନ୍ ପ୍ରତିଷ୍ଠା କରାଯାଇ ସାରିଲାଣି।

ସେହିପରି ରାଉରକେଲା ସହରରେ ପ୍ରାୟ ୨୫୦ କୋଟି ଟଙ୍କା ଏବଂ ସମ୍ବଲପୁର ସହରରେ ୨୯୫ କୋଟି ଟଙ୍କା ବ୍ୟୟ ଅଟକଳରେ ସ୍ୱେରେଜ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଛି । ଉପରୋକ୍ତ ସମସ୍ତ କାର୍ଯ୍ୟ ଗୁଡ଼ିକୁ ତ୍ୱରାନିତ କରିବା ସହିତ ଯଥାଶିଘ୍ର ସଂପୂର୍ଣ୍ଣ କରିବାକୁ କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା।

Leave A Reply

Your email address will not be published.