ଭୁବନେଶ୍ୱର: ଭୁବନେଶ୍ବର ବିମାନବନ୍ଦରରେ ଟେକ୍ ଅଫ୍ ଓ ଲ୍ୟାଣ୍ଡିଂରେ ରହିଛି ପ୍ରତିବନ୍ଧକ। ସୂଚନା ଦେଲେ ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ । ସେ କହିଛନ୍ତି ଯେ, ବିମାନ ଟେକ୍ ଅଫ୍ ପଥରେ ବଡ଼ ବଡ଼ ଗଛ ରହିଛି ଯେଉଁ କାରଣରୁ ଅସୁବିଧା ହେଉଛି । ଏହା ସହ ରନ୍ୱେର ନିର୍ଦ୍ଦିଷ୍ଟ ଦୂରତାରେ ବେଆଇନ ଉଚ୍ଚ ଅଟ୍ଟାଳିକା ମଧ୍ୟ ଗଢ଼ି ଉଠିଛି ଯାହା ଟେକ୍ ଅଫ୍ ଓ ଲ୍ୟାଣ୍ଡିଂରେ ବାଧା ସୃଷ୍ଟି କରୁଛି ।
ତେବେ ଗତ ମାସରେ AEMC ବୈଠକରେ BMC କମିଶନରଙ୍କୁ ଏସମସ୍ତ ବିଷୟରେ ଅବଗତ କରାଯାଇଛି । ଆଶା କରୁଛୁ ବେଆଇନ ଗଛ କାଟିବା ସହ ଉଚ୍ଚ ଅଟ୍ଟାଳିକା ଉଚ୍ଛେଦ କରିବେ ବୋଲି କହି ଛନ୍ତି ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ।
ଅନ୍ୟପଟେ, ଆସନ୍ତା ୩୦ରେ ଭୁବନେଶ୍ବର ବିମାନବନ୍ଦରରେ ହେବ ମକ୍ ଡ୍ରିଲ୍ । ଅହମ୍ମଦାବାଦ ବିମାନ ଦୁର୍ଘଟଣା ଦୃଷ୍ଟିରୁ ହେବ ମକ୍ ଡ୍ରିଲ୍। ଏଥିପାଇଁ DGCA ପକ୍ଷରୁ ନିର୍ଦ୍ଦେଶ ଆସିଛି। ବିମାନବନ୍ଦର କର୍ମଚାରୀ, ପୋଲିସ, ମେଡିକାଲ୍ ଓ ଅଗ୍ନିଶମ ଷ୍ଟାଫ୍ ରହିବେ। ଯଦି ଦୁର୍ଘଟଣା ପରି କିଛି ଅଘଟଣ ଘଟେ, ତାହାର ମୁକାବିଲା ପ୍ରସ୍ତୁତି କରାଯିବ। ଆହତଙ୍କୁ ତ୍ବରିତ ଚିକିତ୍ସା ଯୋଗାଇ ଦିଆଯିବାର ମକ୍ ଡ୍ରିଲ୍ ହେବ ବୋଲି ସୂଚନା ଦେଇଛନ୍ତି ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ।
ସୂଚନା ଥାଉକି ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ପରେ ଆଲର୍ଟରେ ଭୁବନେଶ୍ୱର ଏୟାରପୋର୍ଟ। ଭୁବନେଶ୍ୱର ବିମାନବନ୍ଦରରେ ହେବ ରିହର୍ସାଲ। ଜରୁରିକାଳୀନ ରିହର୍ସାଲ କରିବାକୁ ନିର୍ଦ୍ଦେଶ ଦେଇଛି ଡିଜିସିଏ ।
ସୂଚନାଯୋଗ୍ୟ, ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଏବେ ସୁଦ୍ଧା ୨୭୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେ ଭିତରୁ ବିମାନରେ ଥିବା ୨୩୦ ଯାତ୍ରୀ, ୨ ପାଇଲଟ ଆଉ ୧୦ କ୍ରିୟୁ ମେମ୍ବରଙ୍କ ମଧ୍ୟରୁ କେବଳ ଜଣେ ଯାତ୍ରୀଙ୍କୁ ବାଦ୍ ଦେଇ ଅନ୍ୟ ସମସ୍ତଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଯେଉଁମାନଙ୍କ ମଧ୍ୟରେ ୧୬୯ ଭାରତୀୟ, ୫୩ ବ୍ରିଟିଶ୍, ୭ ପର୍ତ୍ତୁଗିଜ୍ ଓ ଜଣେ କାନାଡ଼ା ନାଗରିକ ମଧ୍ୟ ରହିଛନ୍ତି ।
Comments are closed.