Latest Odisha News

BREAKING NEWS

ରାଉରକେଲାରୁ ବିପୁଳ ଅପମିଶ୍ରିତ ମଦ ଜବତ, ୩ ଗିରଫ

ରାଉରକେଲା: ରାଉରକେଲାରେ ଅବକାରୀ ବିଭାଗକୁ ସଫଳତା । ଅମ୍ବାଗାନ ଝାରଖଣ୍ଡ ମୁଣ୍ଡା ମାର୍କେଟ ଚଢ଼ଉ କରି ବିପୁଳ ପରିମାଣର ଅପମିଶ୍ରିତ ମଦ ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିଛି ବିଭାଗ । ଜବତ ଅପମିଶ୍ରିତ ବିଦେଶୀ ମଦ ୧୮୦ ଲିଟର ହେବ । ଜବତ ମଦ ‘ରୟାଲ୍ ଗୋଲ୍ଡ କପ୍’ ବ୍ରାଣ୍ଡର, ଯାହା ଉପରେ ‘ସେଲ୍ ଫର୍ ଆଉଟସାଇଡ୍ ଇଣ୍ଡିଆ’ ଲେଖାଯାଇଥିଲା ।

ତେବେ ଏହି ଅପମିଶ୍ରିତ ମଦ ଝାଡ଼ଖଣ୍ଡରୁ ରାଉରକେଲା ଆସୁଥିବାବେଳେ, ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗର ସ୍ୱତନ୍ତ୍ର ସ୍କ୍ୱାଡ୍ ଆମ୍ବଗନ ଅଞ୍ଚଳର ଝାଡ଼ଖଣ୍ଡ ମାର୍କେଟ୍‌ରେ ଚଢଉ କରିଥିଲା । ଦୁଇଟି କାରରେ ଏହାକୁ ଚୋରା ଚାଲାଣ କରାଯାଇଥିଲା । ଏହି କାର୍ଯ୍ୟରେ, ଦୁଇଟି ଗାଡ଼ି ଟୟୋଟା (ଓଡି୧୪ଏ ୮୮୧୧) ଏବଂ ଟାଟା ଇଣ୍ଡିଗୋ (ଓଡି୦୨ଜି ୬୨୫୨) ମଧ୍ୟ ଜବତ କରାଯାଇଛି ।

ଏହି ଘଟଣାରେ ଗିରଫ ହୋଇଥିବା ତିନି ଜଣ ଅପମିଶ୍ରିତ ମଦ ଚୋରା ଚାଲାଣକାରୀ ହେଲେ ରାଉରକେଲା ଡେଲି ମାର୍କେଟ ଭାଟି ରୋଡର ବାସିନ୍ଦା ମହମ୍ମଦ ଅଖତାର, ବାସନ୍ତୀ କଲୋନି ରେଳ ଫାଟକ ନିକଟରେ ରହୁଥିବା ପ୍ରଦୀପ ପରିଡା ଏବଂ ସେକ୍ଟର-୭ର ରାଜେଶ ଦେ ।

Comments are closed.