ମାଲକାନଗିରି: ମାଲକାନଗିରି ଜିଲ୍ଲା ବିଏସଏଫ୍ ଓ ଡିଭିଏଫକୁ ପୁଣି ସଫଳତା । କାଲିମେଳା ବ୍ଲକର ଭେଜଙ୍ଗୱାଡା ଆରଏଫର ଦୟାଲତଙ୍ଗ ଏବଂ ଏଲକାନୁର ଜଙ୍ଗଲରେ ମାଓ ଡମ୍ପକୁ ଉଦ୍ଧାର ହୋଇଛି । ଏଥିରେ ଟିଫିନ୍ ବୋମା ପ୍ରସ୍ତୁତ ପାଇଁ ଷ୍ଟିଲ ଟିଫିନ, ଗ୍ରନେଡ, ଜିଲୋଟିନ ଷ୍ଟିକ, କୋଡେକ୍ସ ତାର, ୩୬ଟି ଗ୍ରେନେଡ, ବନ୍ଧୁକ, ରିମୋଟ, ବିଦ୍ୟୁତ ମଟର, ସିଲିଣ୍ଡର, ଆଇରନ ପ୍ଲେଟ ଇତ୍ୟାଦି ଜବତ କରିଛି ।
ବିଏସଏଫ ଏବଂ ଡିଭିଏଫ ସର୍ଚ୍ଚ ଅପରେସନ କରୁଥିବା ବେଳେ ମାଓ ଡମ୍ପକୁ ଉଦ୍ଧାର କରିଥିଲେ । ଏହି ଡମ୍ପରେ ମାଓବାଦୀ ଲ୍ୟାଣ୍ଡମାଇନ ପ୍ରସ୍ତୁତ ସାମଗ୍ରୀ ସମେତ ଅନ୍ୟ ମାଓ ସାମଗ୍ରୀ ଲୁଚାଇ ରଖିଥିଲେ । ତେବେ ଯବାନଙ୍କ ସତର୍କତା ଯୋଗୁଁ ଏକ ବଡ ଅଘଟଣକୁ ଏଡାଇ ଦିଆଯାଇଥିବା ପୋଲିସ କହିଛି ।
Comments are closed.