କଟକ: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦେଲେ ମାଆ ଶେଫାଳୀ ସୁନା । କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ ମାଆ । ହ୍ୟୁମାନଙ୍କର ମୃତ୍ୟୁ ହୋଇନାହିଁ ବରଂ ତାଙ୍କୁ ଜାଣିଶୁଣି ମାରି ଦିଆଯାଇଛି ବୋଲି ସେ ଅଭିଯୋଗ ଆଣିଛନ୍ତି ।
ସେ ଏତଲାରେ ଦର୍ଶାଇଛନ୍ତି ତାଙ୍କ ପୁଅକୁ ନିର୍ଯାତନା ଦିଆଯାଇଛି । ହ୍ୟୁମାନଙ୍କ ସନ୍ଦେହଜନକ ମୃତ୍ୟୁର ତଦନ୍ତ ଦାବି କରାଯାଉ ।
ମୃତ୍ୟୁର କାରଣ ସ୍ପଷ୍ଟ ଯଦିଓ ଲଲ୍ଲେଖ କରାଯାଇନାହିଁ ତେବେ ପୁଅ ହ୍ୟୁମାନଙ୍କୁ ଜାଣିଶୁଣି ମାରି ଦିଆଯାଇଛି । ତାର ମୃତ୍ୟୁ ହୋଇନାହିଁ । ତେଣୁ ଏହି ଘଟଣାର ପୁରା ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେ ଦାବି କରିଛନ୍ତି ।
ପ୍ରଶାନ୍ତ ବେହେରା, ଲୁଲୁ ମହାନ୍ତି, ଜଗଦ୍ଦୀଶ ମହାନ୍ତିଙ୍କ ଭୂମିକା ସନ୍ଦେହଜନକ ଉଲ୍ଲେଖ ରହିଛି । ଏଥିସହ ଆଉ କିଛି ନିକଟ ସମ୍ପର୍କୀୟଙ୍କ ନାଁ ମଧ୍ୟ ଏତଲାରେ ଉଲ୍ଲେଖ ରହିଛି । ଶ୍ରେୟା ମିଶ୍ର ଓ ତାଙ୍କ ପରିବାର, ଅର୍ପିତା ଚୌଧୁରୀ ଓ ତାଙ୍କ ପରିବାର ନାଁ ଉଲ୍ଲେଖ ରହିଛି । ଅର୍ପିତା ଚୌଧୁରୀଙ୍କ ସମ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ହ୍ୟୁମାନଙ୍କ ମା’। ସେହିପରି ହ୍ୟୁମାନଙ୍କ ଫୋନ୍ ଡିଟେଲ୍, କଟକ ସ୍ଥିତ ବାସଭବନର ସିସିଟିଭିକୁ ସବୁକୁ ଯାଞ୍ଚ କରିବାକୁ କହିଛନ୍ତି ।