Latest Odisha News

BREAKING NEWS

Cough Syrup Seized: ଶତାଧିକ ବୋତଲ କଫ୍ ସିରପ୍ ଓ ନିଶା ଟାବଲେଟ୍ ଜବତ, ୩ ଗିରଫ

ସମ୍ବଲପୁର: ସମ୍ବଲପୁରର ବୁର୍ଲା ସହରରେ ଶତାଧିକ ବୋତଲ କଫ୍ ସିରପ୍ ସହ ନିଶା ଟାବଲେଟ୍ ଜବତ କରିଛି ବୁର୍ଲା ପୋଲିସ । ଘଟଣାରେ ଓଡ଼ିଶା ଅବକାରୀ ଆଇନରେ ଏକ ମାମଲା ରୁଜୁ କରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଅଭିଯୁକ୍ତମାନେ ହେଲେ ବୁର୍ଲା ସହର ଭକ୍ତିମଣ୍ଡପର କେ.ସୁଜିତ (୨୪), ବିଷ୍ଣୁମନ୍ଦିରପଡ଼ାର ସୁଶାନ୍ତ ନାଗ (୩୬) ଓ ସମ୍ବଲପୁର ଟାଉନ ଥାନା ଫାଟକ ମାଳିପଡ଼ାର ସଙ୍କେତ ମିଶ୍ର(୨୮) ।

ନିଶା କାରବାରେ ବ୍ୟବହୃତ ଗୋଟିଏ କାର ସହ ନଗଦ ୩ ହଜାର ୬ଶହ ଟଙ୍କା ଓ ୩ଟି ମୋବାଇଲ ଫୋନ ଜବତ କରାଯାଇଛି ।

ସୋମବାର ରାତିରେ ପୋଲିସ ପାଟ୍ରୋଲିଂ ଚାଲିଥିବା ବେଳେ ସହରର ମିର୍ଦ୍ଧାପଡ଼ା ହନୁମାନ ମନ୍ଦିର ନିକଟରେ କଫ୍ ସିରପ୍ ବିକ୍ରି ହେଉଥିବା ସୂଚନା ମିଳିଥିଲା । ଚଢ଼ଉ ବେଳେ ୧୨୨ ବୋତଲ ଏସ୍କଫ୍ ନାମକ କଫ୍ ସିରପ୍ ଜବତ ହୋଇଛି । ସେଥି ମଧ୍ୟରୁ ତିନିଟି ବୋତଲର ଠିପି ଖୋଲା ଥିବା ଦେଖାଯାଇଛି ।

Leave A Reply

Your email address will not be published.