Latest Odisha News

BREAKING NEWS

ମେହବୁବାଙ୍କୁ ବିରୋଧ, ପିଡିପିରୁ ଇସ୍ତଫା ଦେଲେ ୩ ନେତା

ଜମ୍ମୁ: ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କ କାମ ଓ କଥାରେ ରହୁନି ତାଳମେଳ । ଏହାକୁ ବିରୋଧ କରି ଆଜି ଦଳରୁ ଇସ୍ତଫା ଦେଇଛନ୍ତି ୩ ଜଣ ବରିଷ୍ଠ ନେତା । ପିଡିପି ନେତା ଟିଏମ ବାଜୱା, ଭେଦ ମହାଜନ ଓ ହୁସେନ ଏ ୱାଫି ଆଜି ନିଜ ନିଜର ଇସ୍ତଫାପତ୍ର ପିଡିପି ମୁଖ୍ୟ ମେହବୁବାଙ୍କ ପାଖକୁ ପଠାଇ ଦେଇଛନ୍ତି।

ସେମାନେ ଇସ୍ତଫାପତ୍ରରେ ଲେଖିଛନ୍ତି, ମେହବୁବା ବେଳେ ବେଳେ ଏମିତି କଥା ଓ କାମ କରୁଛନ୍ତି ଯାହା ସେମାନଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରୁଛି। ବିଶେଷ କରି ଦେଶ ଉପରେ ସେ କରୁଥିବା ଟିପ୍ପଣୀ ସେମାନଙ୍କୁ ଦେଶଭକ୍ତିକୁ ଅଡ଼ୁଆରେ ପକାଉଛି। ଏହି କାରଣରୁ ସେମାନେ ଇସ୍ତଫା ଦେଉଥିବା କହିଛନ୍ତି।

ନିକଟରେ ମେହବୁବା କହିଥିଲେ ଯେ ଜମ୍ମୁ-କଶ୍ମୀରରେ ଧରା ୩୭୦ ଲାଗୁ ନ ହେବା ଯାଏ, ତାଙ୍କ ଦଳ କିମ୍ବା ସେ ଦେଶର ଜାତୀୟ ପତାକା ଉଡ଼ାଇବେ ନାହିଁ। ଏହାକୁ ନେଇ ବିବାଦ ତୀବ୍ର ହେବାରେ ଲାଗିଛି।

Leave A Reply

Your email address will not be published.