Latest Odisha News

BREAKING NEWS

ଏହି ଦେଶରେ ସ୍ୱାମୀ-ସ୍ତ୍ରୀ ରେଷ୍ଟୁରାଣ୍ଟରେ ଏକାଠି ଖାଇବା ଅପରାଧ !

କାବୁଲ: ସ୍ୱାମୀ ସ୍ତ୍ରୀ ଏକାଠି ରେଷ୍ଟୁରାଣ୍ଟରେ ଖାଇପାରିବେ ନାହିଁ । ତାଲିବାନ ସରକାର ଏପରି ଫତଓ୍ୱା ନିଜ ଦେଶର ନାଗରିକଙ୍କ ପାଇଁ ଜାରି କରିଛି । ତାଲିବାନ କ୍ଷମତାକୁ ଆସିବା ପରେ ଆଫଗାନିସ୍ତାନରେ କିପରି ସାମାଜିକ ଚିତ୍ର ବଦଳୁଛି ଇଏ ହେଉଛି ଆଉ ଏକ ନମୁନା । ବିଭିନ୍ନ ପ୍ରତିବନ୍ଧକର ସମ୍ମୁଖୀନ ହେଉଥିବା ମହିଳାଙ୍କୁ ଶେଷରେ ରେଷ୍ଟୁରାଣ୍ଟ ଯିବାକୁ ବାରଣ କରାଯାଇଛି।

ତାଲିବାନର ଜଣେ ଅଧିକାରୀ ଏହି ନୂଆ ନିର୍ଦ୍ଦେଶ ବାବଦରେ କହିଛନ୍ତି ଯେ, ରେଷ୍ଟୁରାଣ୍ଟରେ ମହିଳା ଓ ପୁରୁଷଙ୍କୁ ଅଲଗା ଅଲଗା ବସିବାକୁ କୁହାଯାଇଛି। ଏହି ନିୟମ ସମସ୍ତଙ୍କ ପାଇଁ ଲାଗୁ ହୋଇଛି । ବୁଧବାର ହେରାଟର ଏକ ହୋଟେଲକୁ ଆସିଥିବା ଜଣେ ମହିଳା କହିଛନ୍ତି, ସେ ଓ ତାଙ୍କ ସ୍ୱାମୀ ଏକ ରେଷ୍ଟୁରାଣ୍ଟକୁ ଆସିଥିଲେ। ହେଲେ ମ୍ୟାନେଜର ତାଙ୍କୁ ଅଲଗା ଅଲଗା ବସିବାକୁ ହେବ ବୋଲି କହିଥିଲା।

ଏହାପୂର୍ବରୁ ତାଲିବାନ ନିର୍ଦ୍ଦେଶ ଜାରି କରି କହିଥଲା ଯେ ମହିଳା ଏବଂ ପୁରୁଷ ଭିନ୍ନ ଭିନ୍ନ ଦିନ ପାର୍କକୁ ଯାଇପାରିବେ। ଏହାପୂର୍ବରୁ ଆଫଗାନିସ୍ତାନର ତୃତୀୟ ବୃହତ୍ତମ ସହର ହେରାଟରେ ମହିଳାମାନଙ୍କୁ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ ଉପରେ ବାରଣ କରାଯାଇଥିଲା ଏବଂ ସେମାନଙ୍କର ସମସ୍ତ ଶରୀରକୁ ଘୋଡାଇବାକୁ କୁହାଯାଇଥିଲା।

କାବୁଲ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ହେରାଟରେ ଏକ ତାଲିବାନ ଜେଲ ଅଛି ଯେଉଁଠି ମହିଳାମାନେ ପୁରୁଷ ସାଥୀଙ୍କ ସହ ଟ୍ୟାକ୍ସିରେ ବସିଥିବାରୁ ବିନା ବିଚାରରେ ତାଙ୍କୁ ଏହି ଜେଲରେ ରହିଛନ୍ତି। ସେହିପରି ସ୍କୁଲ ଛାତ୍ରୀ ସେମାନଙ୍କର ପୁରୁଷ ସହପାଠୀମାନଙ୍କ ସହିତ ଫଟୋ ଉଠେଇବା ପାଇଁ ଦଣ୍ଡିତ ହୋଇ ଜେଲରେ ଅଛନ୍ତି। ତାଲିବାନ ଏଭଳି କାମକୁ ଅପରାଧ ବୋଲି ବିବେଚନା କରିଥାଏ। ଆଫଗାନିସ୍ତାନରେ ମାନବିକ ଅଧିକାର ଏବଂ ମହିଳାଙ୍କ ଅଧିକାର ଖୋଲାଖୋଲି ଭାବେ ଉଲ୍ଲଂଘନ ହେଉଛି। ତାଲିବାନ କିନ୍ତୁ ପୂର୍ବ କାର୍ଯ୍ୟକାଳ ତୁଳନାରେ ଉଦାର ଭାବରେ ଶାସନ କରିବାର ପ୍ରତିଶ୍ରୁତି ଦେଇ ବଳ ପୂର୍ବକ ଶାସନ ଗାଦିରେ ବସିଛି।

Leave A Reply

Your email address will not be published.