Latest Odisha News

BREAKING NEWS

ନୀତି ଆୟୋଗ ଆରମ୍ଭ କଲା ଡାଟା ଓ ଆନାଲିଟିକ୍ସ ପ୍ଲାଟଫର୍ମ

ଭୁବନେଶ୍ୱର: ନୀତି ଆୟୋଗ ପକ୍ଷରୁ ଜାତୀୟ ଡାଟା ଓ ଅନାଲିଟିକ୍ସ ପ୍ଲାଟଫର୍ମ (ଏନ୍‌ଡିଏପି) ସର୍ବସାଧାରଣଙ୍କ ବ୍ୟବହାର ପାଇଁ ଆଜିଠୁ ଆରମ୍ଭ କରାଯାଇଛି । ଏହି ପ୍ଲାଟଫର୍ମର ଉଦ୍ଦେଶ୍ୟ ହେଲା ସରକାରୀ ତଥ୍ୟାବଳୀକୁ ଲୋକଙ୍କୁ ସହଜରେ ଯୋଗାଇବା । ଏହା ଫଳରେ ସରକାରୀ ଡାଟା ସଂଗ୍ରହ ସହଜ, ଆନ୍ତଃ ସଂଚାଳିତ, ଆନ୍ତଃକ୍ରିୟ ହେବ ଏବଂ ବ୍ୟବହାର ଅନୁକୂଳ ମଂଚରେ ସର୍ବସାଧାରଣ ଏହାକୁ ସହଜରେ ପାଇପାରିବେ ।

ଏହି ପ୍ଲାଟଫର୍ମ ବିଭିନ୍ନ ସରକାରୀ ସଂସ୍ଥାରୁ ତଥ୍ୟାବଳୀମାନ ସଂଗ୍ରହ କରି ସମନ୍ୱିତ ଭାବେ ପ୍ରଦାନ କରୁଛି। ଏହାଛଡା ତଥ୍ୟାବଳୀକୁ ଦେଖିବା, ପଢିବା, ବିଶ୍ଲେଷଣ କରିବା ପାଇଁ ଏହି ପ୍ଳାଟଫର୍ମରେ ଆବଶ୍ୟକ ‘ଟୁଲ୍ସ’ର ବ୍ୟବସ୍ଥା ରହିଛି ।

ପୂର୍ବରୁ ଜନସାଧାରଣଙ୍କ ପାଇଁ ୨୦୨୧ ଅଗଷ୍ଟରେ ଏକ ‘ବେଟା‌’ ଭର୍ସନ ରିଲିଜ୍ କରାଯାଇଥିଲା ।

ଏହି ପ୍ଳାଟଫର୍ମରେ ଉପଲବ୍ଧ ଡାଟା ସରକାରୀ କ୍ଷେତ୍ର, ଶିକ୍ଷାନୁଷ୍ଠାନ, ଶିକ୍ଷାବିତ୍‌, ସାମ୍ବାଦିକତା, ନାଗରିକ ସମାଜ ଓ ଘରୋଇ ଉଦ୍ୟୋଗ ପାଇଁ ବିଶେଷ ଉପଯୋଗୀ ହେବ । ସମ୍ପୃକ୍ତ ସବୁ ବର୍ଗର ବ୍ୟବହାରକାରୀଙ୍କ ପାଇଁ ଏଥିରେ ତଥ୍ୟାବଳୀଗୁଡିକୁ ସଂରକ୍ଷିତ କରାଯାଇଛି ।

ଏହି ପ୍ଳାଟଫର୍ମକୁ ନୀତି ଆୟୋଗର ଉପାଧ୍ୟକ୍ଷ ସୁମନ ବେରୀ ଉନ୍ମୋଚନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅମିତାଭ କାନ୍ତ, ଭାରତ ସରକାରଙ୍କ ମୁଖ୍ୟ ଅର୍ଥନୀତିକ ପରାମର୍ଶଦାତା ଡକ୍ଟର ଅନନ୍ତ ନାଗେଶ୍ୱରନ୍‌, ନୀତି ଆୟୋଗର  ଅନେକ ବରିଷ୍ଠ ଅଧିକାରୀ, ବିଭିନ୍ନ ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ଅଧିକାରୀ, ଗବେଷକ ଓ ଶିକ୍ଷାବିତ୍ ଉପସ୍ଥିତ ଥିଲେ ।

ଏନ୍‌ଡିଏପିକୁ ndap.niti.gov.in ରେ ଆକ୍‌ସେସ୍  କରି ହେବ । ଏହି ପ୍ଲାଟଫର୍ମରୁ ସବୁ ଡାଟାସେଟ୍‌କୁ ଡାଉନଲୋଡ ଓ ମର୍ଜ କରାଯାଇପାରିବ ।

Leave A Reply

Your email address will not be published.