Latest Odisha News

BREAKING NEWS

ସ୍ତ୍ରୀକୁ ହତ୍ୟା ପରେ ଆତ୍ମହତ୍ୟା ରୂପ ଦେଇ ରୋଷେଇ ଘରେ ଲୁଚିଥିଲା ସ୍ୱାମୀ !

ନବରଙ୍ଗପୁର: ପୋଲିସକୁ ଗୋଡ଼ାଉଛନ୍ତି ଗାଁ ଲୋକ । ପୋଲିସ ଗାଡ଼ିକୁ ବା ଛାଡ଼ୁ ନାହାନ୍ତି ସମ୍ପର୍କୀୟ । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଝରିଗୁଡା ଗାଁରେ ବଦ୍ରିକା ପନକାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ସୃଷ୍ଟି ହୋଇଛି ଉତ୍ତେଜନା । ସୁଶୀଲ ନାଗ ତାଙ୍କ ସ୍ତ୍ରୀ ବଦ୍ରିକାଙ୍କୁ ହତ୍ୟା ପରେ ଆତ୍ମହତ୍ୟାର ରୂପ ଦେଇଥିବା ଅଭିଯୋଗ ହୋଇଛି ।

ପୋଲିସ ମୃତଦେହକୁ ଉଦ୍ଧାର କରି ନେବାବେଳେ ପରିବାର ଲୋକ ପୋଲିସ ସହ ମୁହାଁମୁହିଁ ହୋଇଥିଲେ । ଅଭିଯୁକ୍ତ ସ୍ୱାମୀ ସୁଶୀଲକୁ ନ ଧରିବା ଯାଏ ଶବକୁ ଛାଡ଼ିବେ ନାହିଁ ବୋଲି ଜିଦ୍ ଧରିଥିଲେ ବଦ୍ରିକାଙ୍କ ଘରେ ଲୋକ । ଯାହାକୁ ନେଇ ପୋଲିସ ସହ ପରିବାର ଲୋକ ମୁହାଁମୁହିଁ ହେବା ସହ ଆକ୍ରମଣ କରିଥିଲେ । ଡାବୁଗାଁ ଥାନା ଅଧିକାରୀଙ୍କ ସହ ଅନ୍ୟ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି ।

ତହସିଲଦାର, ଏସଡିପିଓଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଛି । ଅଭିଯୁକ୍ତ ସୁଶୀଲକୁ ପୋଲିସ ହେପାଜତକୁ ନେଇ ତଦନ୍ତ ଜାରି ରଖିଛି । ତେବେ ବଦ୍ରିକାଙ୍କ ମୃତ୍ୟୁ କେମିତି ହେଲା ? କଣ ବଦ୍ରିକାକୁ ମାରି ଦେଇ ବେକରେ ଶାଢି ଗୁଡ଼ାଇ ଆତ୍ମହତ୍ୟାର ରୂପ ଦେବାକୁ ଚାହୁଁଥିଲା ସ୍ୱାମୀ ସୁଶୀଲ ? ଏବେ ଏସବୁ ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ ।

Leave A Reply

Your email address will not be published.