Latest Odisha News

BREAKING NEWS

କ୍ରିଷ୍ଣାଙ୍କ ଉପରେ ବର୍ଷିଲେ ଗୋବିନ୍ଦାଙ୍କ ପତ୍ନୀ ସୁନୀତା; କହିଲେ…

ମୁମ୍ବାଇ: ବଲିଉଡ୍‌ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ଭଣଜା କ୍ରିଷ୍ଣା ଅଭିଷେକଙ୍କ ବେଶ୍‌ ଜଣାଶୁଣା। ତେବେ ଉଭୟଙ୍କ ସମ୍ପର୍କରେ ଏବେ ଫାଟ ପଡ଼ିସାରିଛି। ଉଭୟଙ୍କ ମଧ୍ୟରେ ପାରିବାରିକ କଳହ ଯୋଗୁ ମତାନ୍ତର ଚାଲିଛି।

ନିକଟରେ ଗୋବିନ୍ଦା ଓ ତାଙ୍କ ପତ୍ନୀ ସୁନୀତା ଅହୁଜା ଦି କପିଲ ଶର୍ମା ଶୋ’ରେ ଅତିଥି ହୋଇ ଆସିଥିଲେ। କିନ୍ତୁ ସେହି ଏପିସୋଡ୍‌ରେ କ୍ରିଷ୍ଣାଙ୍କୁ ଦେଖିବାକୁ ମିଳିନଥିଲା।

ଯେତେବେଳେ ଏ ସଂକ୍ରାନ୍ତରେ କ୍ରିଷ୍ଣାଙ୍କୁ ପଚରାଗଲା, ସେ ବମ୍ବେ ଟାଇମ୍ସକୁ କହିଥିଲେ ଯେ ଉଭୟ ଗୋଟିଏ ମଞ୍ଚ ଅଂଶୀଦାର କରିବାକୁ ଚାହାଁନ୍ତି ନାହିଁ। ତାଙ୍କ ବିବୃତ୍ତି ଉପରେ ପ୍ରତିକ୍ରିୟା ପ୍ରକାଶ କରି ଗୋବିନ୍ଦାଙ୍କ ପତ୍ନୀ ଏବଂ ତାଙ୍କ ପ୍ରଥମ ଥର ପାଇଁ କ୍ରିଷ୍ଣାଙ୍କ ଉପରେ ବର୍ଷିଛନ୍ତି।

ସେ ଏକ ସାକ୍ଷାତକାରରେ ସେ କହିଛନ୍ତି, “ସର୍ବସାଧାରଣରେ ପାରିବାରିକ ବିଷୟ ଉପରେ ଆଲୋଚନା କରିବାର କୌଣସି ଅର୍ଥ ନାହିଁ। ଏହା ଠିକ୍‌ ନୁହେଁ। ମୁଁ କେବଳ ଏତିକି କହିପାରେ ଯେ ସମସ୍ୟାର ସମାଧାନ ହେବ ନାହିଁ ଏବଂ ମୁଁ ମୋ ଜୀବନରେ ଆଉ ତାଙ୍କ ଚେହେରା କେବେ ଦେଖିବାକୁ ଚାହେଁ ନାହିଁ। ”

 

Leave A Reply

Your email address will not be published.