Latest Odisha News

BREAKING NEWS

ପୋଖରୀରେ ଭାସୁଛି ମୃତଦେହ ,ପୋଲିସର ତଦନ୍ତ ଜାରି

କୋରାପୁଟ : ପୋଖରୀରେ ଭାସୁଛି ମୃତଦେହ । କୋରାପୁଟ ଜିଲ୍ଲା କୋଟପାଡ ଅନ୍ତର୍ଗତ କୁର୍ମାକୋଟା ଗାଁ ପୋଖରୀରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗତ କାଲି ଦିନ ୩ ଟା ବେଳଠାରୁ ମୃତଦେହ ପୋଖରିରେ ଭାସୁଛି । ମୃତ ବ୍ୟକ୍ତିଜଣକ ଲକ୍ଷଣ ଗୌଡ ବୋଲି ଜଣାପଡ଼ିଛି ।ସେ ୬ ତାରିଖ ଦିନ ସନ୍ଧ୍ୟାରୁ ନିଖୋଜ ଥିଲେ । ତାଙ୍କୁ କେହି ହତ୍ୟା କରି ପୋଖରୀରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି ।

ଲକ୍ଷଣଙ୍କ ବାପା କମଳ ଗୌଡ ପୁଅକୁ କେହି ମାରିଦେଇଥିବା ନେଇ କୋଟପାଡ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଖରୀରେ ପୋଲିସ ଓ ଗାଁ ଲୋକ ଜଗି ରହିଛନ୍ତି । ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ୍ , ଅନୁସନ୍ଧାନକାରୀ କୁକୁର ଓ ଥାନା ଅଧିକାରୀ ଉପସ୍ଥିତ ରହି ତଦନ୍ତ ଜାରି ରଖିଛନ୍ତି । ମୃତ ଦେହ ଫୁଲି ଯିବା ସହ ଦୁର୍ଗନ୍ଧ ବାହାରୁଛି।

୬ ତାରିଖ ଦିନ ଲକ୍ଷଣ ଗାଁ ଠାକୁରାଣୀ ମନ୍ଦିରରେ ସୋଇଥିବା ବେଳେ ତାଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରି ଥିବା ଅନୁମାନ କରଯାଉଛି । ଏପରିକି ମନ୍ଦିର କାନ୍ଥରେ ରକ୍ତ ଛିଟା ମଧ୍ୟ ଲାଗିବା ଜଣାପଡୁଛି। ସେ ଘୋଡାଇ ହୋଇଥିବା ଗନ୍ଥାକୁ ମଧ୍ୟ କେହି ପୋଖରୀରେ ଫିଙ୍ଗି ଦେଇଛି। ଏହି ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ଅଭିଯୁକ୍ତକୁ ଗିରଫ ଦାବି କରିଛନ୍ତି ମାମୁ ଖାଗପତି ଗୌଡ ।ସେପଟେ ସାଇଣ୍ଟିଫିକ୍ ଟିମ୍ ,ମାଜିଷ୍ଟେଟ ଓ ଅତିରିକ୍ତ ଏସପି ଙ୍କ ଉପସ୍ଥିତିରେ ତଦନ୍ତ ଚାଲିଛି ବୋଲି କୋଟପାଡ ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.