Latest Odisha News

BREAKING NEWS

ଗହଣା ଚୋର ଗ୍ୟାଙ୍ଗକୁ ଧରିଲା ପୋଲିସ ,ବିପୁଳ ପରିମାଣର ସୁନା,ରୂପା ଜବତ

ଭଦ୍ରକ : ଆନ୍ତଜିଲ୍ଲା ଗହଣା ଚୋର ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ । ୫ ଜଣ ସିନ୍ଧିଚୋର ଓ ୪ ରିସିଭରଙ୍କୁ ଗିରଫ କଲା ଭଦ୍ରକ ଗ୍ରାମାଞ୍ଚଳ ପୋଲିସ । ଅଭିଯୁକ୍ତ ମାନଙ୍କ ଠାରୁ ୩୧୨ ଗ୍ରାମ ସୁନା , ୪ କେଜିରୁ ଅଧିକ ରୂପା ଜବତ କରିବା ସହ ,୩ଟି ବାଇକ,ମୋବାଇଲ ,ଖେଳନା ବନ୍ଧୁକ ଓ ଚୋରିରେ ବ୍ୟବହୃତ ବିଭିନ୍ନ ସାମଗ୍ରୀକୁ ସିଜ୍ କରିଛି ପୋଲିସ । ୯ ଜଣଙ୍କୁ କୋର୍ଟ ଚାଲଣ କରିଛି । ପୋଲିସ କହିବା ଅନୁସାରେ ଗତ ଜୁଲାଇ ୨୨ ତାରିଖରେ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଦେଉଳପାଟଣା ଗାଁ ରେ ଜଣକ ଘରୁ ଚୋରି ହୋଇଥିଲା ।

ଯାହାକି ଏହି ଘଟଣାକୁ ନେଇ ଗ୍ରାମାଞ୍ଚଳ ଥାନାରେ ଏକ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଏହି ଅଭିଯୋଗକୁ ଆଧାର କରି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିକାରୀ ଆଲୋକ ଜେନାଙ୍କ ଦ୍ୱାରା ଏକ ଟିମ୍ ଗଠନ ହୋଇଥିଲା ।ଏହି ଚୋର ମାନେ ବିଭିନ୍ନ ସ୍ଥାନରୁ ଗହଣା ଚୋରି କରି ଦୋକାନରେ ବିକୁଥିଲେ । ପରେ ଏହି ସିନ୍ଧିଚୋର ଗ୍ୟାଙ୍ଗକୁ ଧରିବାରେ ପୋଲିସ ସଫଳ ହୋଇଥିଲା । ଏହି ଲୁଟାରାମାନେ ଭଦ୍ରକ,ଯାଜପୁର,ଢେଙ୍କାନାଳ,ଭୁବନେଶ୍ୱର,ବାଲେଶ୍ୱର ବିଭିନ୍ନ ଜିଲ୍ଲାରୁ ଲୋକଙ୍କ ଘରେ ପଶି ଲୁଟ୍ କରୁଥିଲେ । ସେପଟେ ଆଉ କେଉଁମାନେ ଏହି ଗ୍ୟାଙ୍ଗରେ ସାମିଲ ଅଛନ୍ତି ସେନେଇ ଗ୍ରାମାଞ୍ଚଳ ପୋଲିସ ତଦନ୍ତ ଚଳାଉଥିବା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କହିଛନ୍ତି।

Leave A Reply

Your email address will not be published.