Latest Odisha News

BREAKING NEWS

ମୁଁ ଭାରତର କୋଭିଶିଲ୍ଡ ଟିକା ନେଇଛି; ୟୁଏନଜିଏ ସଭାପତି

ନୂଆଦିଳ୍ଲୀ: ମିଳିତ ଜାତିସଂଘ ସାଧାରଣ ସଭାର ୭୬ ତମ ଅଧିବେଶନରେ ଅବଦୁଲ୍ଲା ସହିଦ କହିଛନ୍ତି ଯେ ସେ ଭାରତରେ ଉତ୍ପାଦିତ କରୋନା ବିରୋଧୀ କୋଭିଶିଲ୍ଡ ଟିକା ନେଇଛନ୍ତି।

ବ୍ରିଟିଶ-ସ୍ୱିଡେନ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଆଷ୍ଟ୍ରାଜେନେକା ଦ୍ବାରା ବିକଶିତ ହୋଇଥିବା କୋଭିଶିଲ୍ଡ ଟିକା ପୁଣେ ସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ନିର୍ମିତ।

“ଟିକା ଉପରେ, ମୋତେ ଟେକ୍‌ନିକାଲ୍‌ ପ୍ରଶ୍ନ ପଚରାଯାଇଛି। ମୁଁ ଭାରତର କୋଭିଶିଲ୍ଡ ଟିକା ଗ୍ରହଣ କରିଛି। ମୁଁ ଉଭୟ ଡୋଜ ଟିକା ଗ୍ରହଣ କରିଛି। ମୁଁ ଜାଣେ ନାହିଁ କେତେ ଦେଶ କୋଭିଶିଲ୍ଡକୁ ସ୍ବୀକୃତି ପ୍ରଦାନ କରିଛନ୍ତି କି ନାହିଁ, କିନ୍ତୁ ଦେଶର ଏକ ବୃହତ ଅଂଶ କୋଭିଶିଲ୍ଡ ଟିକା ଗ୍ରହଣ କରିଛନ୍ତି। ଶୁକ୍ରବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ସହିଦ କହିଛନ୍ତି ଏବଂ ମୁଁ ଜୀବିତ ଅଛି ବୋଲି ସେ କହିଛନ୍ତି।

ସୂଚନା ଅନୁଯାୟୀ ଭାରତ ଏପର୍ଯ୍ୟନ୍ତ ୧୦୦ ଟି ଦେଶକୁ ୬୬ ମିଲିୟନରୁ ଅଧିକ ଟିକା ରପ୍ତାନି କରିଛି।

Leave A Reply

Your email address will not be published.