Latest Odisha News

BREAKING NEWS

ସମ୍ବଲପୁରରେ ଦେଶର ପ୍ରଥମ ଗାନ୍ଧୀ ମନ୍ଦିର

ସମ୍ବଲପୁର: ସମ୍ବଲପୁରରେ ଅଛି ଦେଶର ପ୍ରଥମ ଗାନ୍ଧୀ ମନ୍ଦିର, ବର୍ଷ ସାରା ପୂଜା ପାଇଥାନ୍ତି ମହାତ୍ମା ଗାନ୍ଧୀ | ଯେଉଁଠି ଭଗବାନଙ୍କ ମୂର୍ତ୍ତି ବଦଳରେ ରହିଛି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ମୂର୍ତ୍ତି । ୩୬୫ ଦିନ ଧରି ସେଠାରେ ମହାତ୍ମା ଗାନ୍ଧୀଙ୍କ ପୂଜା କରାଯାଉଥିବାବେଳେ ଗାନ୍ଧୀ ଜୟନ୍ତ୍ରୀରେ ବହୁ ଲୋକଙ୍କ ଭିଡ ଜମେ ।

ନେତାଙ୍କଠାରୁ ମନ୍ତ୍ରୀ ସମସ୍ତେ ମନ୍ଦିର ଯାଇ ପୂଜା କରିବା ସହ ଗାନ୍ଧୀ ଜୟନ୍ତୀ ପାଳନ କରିଥାନ୍ତି | ରେଢାଖୋଲର ତତ୍କାଳୀନ ବିଧାୟକ ଅଭିମନ୍ୟୁ କୁମ୍ଭାର ୧୯୭୨ ମସିହାରେ ଏହି ଗାନ୍ଧୀ ମନ୍ଦିରରକୁ ସମ୍ବଲପୁର ସହରର ଭତରା ଠାରେ ନିର୍ମାଣ କରିଥିଲେ |

ସର୍ବଧର୍ମ ସମନ୍ୱୟ ଓ ଅହିଂସାର ବାର୍ତ୍ତା ଦିଏ ଏହି ମନ୍ଦିର । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଅହିଂସାର ବାର୍ତ୍ତା ଦେଉଥିବା ଏହି ମନ୍ଦିରରେ ଆଜି ଗାନ୍ଧୀ ଜୟନ୍ତ୍ରୀ ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଉଛି ।

Leave A Reply

Your email address will not be published.