ବେଙ୍ଗାଳୁରୁ : ଓଡ଼ିଶା ଇନଭେଷ୍ଟର୍ସ ମିଟ୍ ରେ ଶିଳ୍ପପତିଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଆସି ପୁଞ୍ଜିନିବେଶ କରିବାକୁ ନିମନ୍ତ୍ରଣ କରିଛନ୍ତି । ଶିଳ୍ସପତିମାନଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଭରପୁର ସୁଯୋଗ ରହିଛି। ଭାରତ ଅର୍ଥନୀତିରେ ବଡ଼ ଶକ୍ତି ହେବା ପାଇଁ ସବୁ କ୍ଷେତ୍ରରେ ଆଗେଇ ଚାଲିଥିବା ବେଳେ ଓଡ଼ିଶା ମଧ୍ୟ ଏଥିରେ ତାଳ ତେଇ ଚାଲିଛି । ଶ୍ରମଶକ୍ତି ସହ ପ୍ରାକୃତିକ ସଂପଦ ଓଡ଼ିଶାରେ ଅତି ସହଜ ଏବଂ କମ ଖର୍ଚରେ ମିଳୁଥିବାରୁ ଓଡ଼ିଶାରେ ପୁଞ୍ଜିନିବେଶ ଏବଂ ଶିଳ୍ପ ପ୍ରତିଷ୍ଠା ପାଇଁ ଶିଳ୍ପପତିମାନଙ୍କୁ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।
Attending the #OdishaInvestorsMeet 2022 in #Bengaluru, CM @Naveen_Odisha gave a clarion call to the captains of industry urging them to #InvestInOdisha and become partner in ushering in a new Industrial Age in #Odisha. pic.twitter.com/YVUSnFHImQ
— CMO Odisha (@CMO_Odisha) September 28, 2022
ଏହା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାରେ ଦେଶର ବଡ଼ ବଡ଼ ଆଇଟି କଂପାନି ଏବେ କାମ କରୁଛନ୍ତି । ରାଜଧାନୀ ଭୁବନେଶ୍ବରରେ ସେମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯାଇଛି । ତେଣୁ ଓଡ଼ିଶାରେ ଏବେ ପୁଞ୍ଜିନିବେଶ କରିବା ପାଇଁ ସମସ୍ୟା କିଛି ନାହିଁ । ସେହିଭଳି ରାଜ୍ୟରେ ଷ୍ଟାର୍ଟଅପ୍ କୁ ସରକାର ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେଇଛନ୍ତି । ଦେଶରେ ଇଜି ଅଫ୍ ଡୁଇଙ୍ଗ ବ୍ୟୁଜିନେସ କ୍ଷେତ୍ରରେ ଓଡ଼ିଶା ପ୍ରଥମ ପସନ୍ଦ ହୋଇ ରହିଛି । ଏଥିପାଇଁ ରାଜ୍ୟ ମଧ୍ୟ ଆଚିଭର୍ ଷ୍ଟାଟସ୍ ପାଇଛି । ମାନୁଫାକ୍ଚୁରିଂଗ କ୍ଷେତ୍ରରେ ମଧ୍ୟ ଓଡ଼ିଶାରେ ପୁଞ୍ଜିନିବେଶ ବୃଦ୍ଧି ପାଉଛି । ଏହି କ୍ଷେତ୍ରରେ ମଧ୍ୟ ପୁଞ୍ଜିନିବେଶ କରି ଭଲ ରିଟର୍ଣ୍ଣ ପାଇବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି ।
Delighted to meet Shri Venkataraman N, CFO at @HappiestMinds at #OdishaInvestorsMeet 2022 in #Bengaluru, the curtain raiser event for #MakeInOdisha Conclave. Highlighted #Odisha's favourable ecosystem for growth and development of Electronics & IT industry. #InvestInOdisha pic.twitter.com/Qzu70iLQ3r
— Naveen Patnaik (@Naveen_Odisha) September 28, 2022
ମେକ୍ ଇନ ଓଡ଼ିଶା କନକ୍ଲେଭ 2022 ପ୍ଲାଟଫର୍ମ ବିଶ୍ବର ବହୁ ଶିଳ୍ପପତିମାନଙ୍କୁ ଓଡ଼ିଶା ପ୍ରତି ଆକୃଷ୍ଟ କରିବାରେ ଲାଗିଛି । ଶିଳ୍ପପତିମାନେ ଓଡ଼ିଶାରେ ପୁଞ୍ଜିନିବେଶ କରିବା ପାଇଁ ଆଗ୍ରହୀ ଅଛନ୍ତି । ଦେଶର ଅନ୍ୟ ରାଜ୍ୟମାନଙ୍କଠାରୁ ଓଡ଼ିଶା ସରକାର ଶିଳ୍ପ ପ୍ରତିଷ୍ଠା ପାଇଁ ଏବଂ ପୁଞ୍ଜି ନିବେଶ କରିବା ପାଇଁ ଅଧିକ ସୁଯୋଗ ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯଦି କିଏ ସୁଯୋଗ ସୁବିଧା ଦେଉଛି ତାଠୁ ଆଉ ଅଧିକ ପ୍ଲସ ସୁବିଧା ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।
କହିବାକୁ ଗଲେ ଉପସ୍ଥିତ ବଡ଼ ବଡ଼ କମ୍ପାନୀର ମାଲିକ, ଅଧିକାରୀ, ଶିଳ୍ପ ପ୍ରତିନିଧିଙ୍କୁ ଓଡ଼ିଶା ଶିଳ୍ପାୟନର ସୁବିଧା ସୁଯୋଗ ବିଷୟରେ କହିଛନ୍ତି ମୁଖ୍ୟମନ୍ତ୍ରୀ । ଆଗାମୀ ଦିନରେ ଓଡ଼ିଶା ସାରା ଦେଶରେ ଇଣ୍ଡଷ୍ଟ୍ରିଆଲ୍ ହବ୍ ହେବାକୁ ଯାଉଥିବା ଜଣାଇଛନ୍ତି । ସିଙ୍ଗିଲ୍ ଓ୍ବିଣ୍ଡୋରେ ସବୁ ସୁବିଧା ମିଳିବା ସହ ଜମି ଅଧିଗ୍ରହଣ, ବିଜୁଳି ସମସ୍ୟାର ସମାଧାନ, ଶ୍ରମ ଶକ୍ତି ଏବଂ ପ୍ରାକୃତିକ ସଂଶାଧନ ଥିବା କଥା କହିଛନ୍ତି ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ ଆଗାମୀ ଡିସେମ୍ବରରେ ହେବାକୁ ଯାଉଥିବା ଓଡ଼ିଶା କନକ୍ଲେଭ ପାଇଁ ଶିଳ୍ପପତିମାନଙ୍କୁ ଓଡ଼ିଶାରେ ନିବେଶ କରିବାକୁ ନିମନ୍ତ୍ରଣ କରିବା ସହ ପୁଞ୍ଜି ନିବେଷ ପାଇଁ ଓଡ଼ିଶାରେ କି ସୁବିଧା ରହିଛି ସେ ସମ୍ପର୍କରେ କହିଛନ୍ତି। ସମ୍ମିଳନୀରେ ଆଇଟି ସହ ଇଏସଡିଏମ୍, ଟେକ୍ସଟାଇଲ୍ ଫୁଡ ପ୍ରୋସେସିଂ, ଇ-ଭେହିକିଲ୍, ଅଟୋ ଆଣ୍ଡ ଅଟୋ କମ୍ପୋନେଟ, ଏରୋସ୍ପେସ୍ ଓ ପ୍ରତିରକ୍ଷା କ୍ଷେତ୍ର ର ଅଧିକାରୀ, ପ୍ରତିନିଧି , ଶିଳ୍ପପତିମାନେ ଉପସ୍ଥିତ ରହିଥିଲେ ।
Comments are closed.