Latest Odisha News

BREAKING NEWS

ମହଙ୍ଗା ପଡ଼ିଲା ସଚ୍ଚୋଟ ପଣିଆ

ନୂଆଦିଲ୍ଲୀ: ସଚ୍ଚୋଟ ପଣିଆ ପଡ଼ିଲା ମହଙ୍ଗା । କାର୍‌ରେ ୨୦ କୋଟି ଟଙ୍କାର ‘କୋକେନ୍‌’ ଥିବା କଥା ବ୍ରିଟଶ୍‌ ପୋଲିସ ପାଖରେ ନିଜେ ସ୍ବିକାର କଲେ ସଚ୍ଚୋଟ ‘ଡ୍ରଗ୍‌’ ବ୍ୟବସାୟୀ  । କେବଳ ସ୍ବୀକାର କରିଛନ୍ତି ତାହା ନୁହେଁ, ପୋଲିସ ପାଖରେ ସ୍ବିକାର କରି ୮ବର୍ଷ ଜେଲ୍‌ ଦଣ୍ଡାଦେଶ ପାଇଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।

ପୋଲିସ ‘ରିଲିଜ୍‌’ ଅନୁସାରେ, ଗତବର୍ଷ ମାର୍ଚ ୩୧ ତାରିଖରେ ‘ଏମ୍‌୧୧’ ରାସ୍ତା ଉପରେ ଏସେକ୍ସ୍‌ ପୁଲିସ ଡ୍ରଗ୍‌ ବ୍ୟବସାୟୀ କାଇରାନ୍‌ ଗ୍ରାଣ୍ଟ୍‌ ଚଳାଉଥିବା ସ୍କୋଡ଼ା ଫେବିୟା କାର୍‌କୁ ଅଟକାଇ ଜାଣିବାକୁ ପାଇଥିଲେ ଯେ ଗାଡ଼ିଟିର ବୀମା କରାଯାଇନାହିଁ। କାର୍‌ ଚଳାଉଥିବା ୪୦ ବର୍ଷିୟ କାଇରାନ୍‌ ବାହାରକୁ ଆସିବା ପରେ ଗାଡ଼ିରେ କିଛି ଅଛି କି, ବୋଲି ପାଟ୍ରୋଲ୍‌ କରୁଥିବା ପୁଲିସ ଅଧିକାରୀମାନେ ଗାଡ଼ିରେ କ’ଣ ଅଛି ବୋଲି ତାଙ୍କୁ ପଚାରିଥିଲେ।

ସେ ସାଙ୍ଗେ ସାଙ୍ଗେ ଉତ୍ତର ଦେଲେ ଯେ,  କାର୍‌ର ଟ୍ରଙ୍କ୍‌ ବା ବୁଟ୍‌ରେ ବିପୁଳ ପରିମାଣର ଡ୍ରଗ୍‌ ଅଛି। ‌‘କୋକେନ୍‌’ ଅଛି। ପୁଲିସ ଅଧିକାରୀମାନେ ତାଙ୍କ କାର୍‌ ତଲାସ କରିବା ବେଳେ ବୁଟ୍‌ ଭିତରୁ ଦୁଇଟି ‘ବ୍ୟାଗ୍‌ସ୍‌ ଫର୍‌ ଲାଇଫ୍‌’ ‌ପାଇଥିଲେ, ଯେଉଁଥିରେ ୧୯ କିଲୋ ଓଜନର ୧୯ଟି ‘କୋକେନ୍‌’ ଭର୍ତ୍ତି ପ୍ୟାକେଟ୍‌ ମିଳିଥିଲା। ତେବେ ବୀମା ହୋଇ ନ ଥିବା କାର୍‌ ଚଳାଇବା ଓ ଡ୍ରଗ୍‌ ଚୋରା ଚାଲାଣ କରିବା ଅଭିଯୋଗରେ ଚଳିତ ମାସ ଜାନୁଆରି ୧୩ରେ ଗ୍ରାଣ୍ଟ୍‌ଙ୍କୁ ସମୁଦାୟ ୮ ବର୍ଷ ଜେଲ୍‌ ଦଣ୍ଡାଦେଶ ‌ହୋଇଛି।

 

Comments are closed.