Latest Odisha News

ପଡିଆରେ କୋହଲିଙ୍କ ଆଟିଟ୍ୟୁଡ ଭଲ ଲାଗେ, ମାତ୍ର ଲଢ଼େଇ ବହୁତ କରନ୍ତି : ଗାଙ୍ଗୁଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ସଭାପତି ସୌରଭ ଗାଙ୍ଗୁଲି ଏକ ସାକ୍ଷାତକାରରେ କହିଛନ୍ତି ଯେ, ମୁଁ ପଡିଆରେ ବିରାଟ କୋହଲିଙ୍କ ଆଟିଟ୍ୟୁଡକୁ ଭଳ ପାଇଥାଏ ମାତ୍ର ସେ ଲଢ଼େଇ ବହୁତ କରନ୍ତି । କୋହଲି ଅଧିନାୟକ ପଦରୁ ହଟିବା ପରେ ଉଭୟଙ୍କ ମଧ୍ୟରେ ଏ ନେଇ ଏକପ୍ରକାର ଶୀତଳ ଯୁଦ୍ଧ ଲାଗିଛି । ଏପରିକି ଉଭୟ ଖେଳାଳିଙ୍କ ପ୍ରଶଂସକମାନଙ୍କ ମଧ୍ୟରେ ସୋସିଆଲ ସାଇଟରେ ମୁହାଁ ମୁହିଁ ହୋଇଛନ୍ତି ।

କୋହଲି ଟି୨୦ ଅଧିନାୟକ ପଦରୁ ସ୍ୱତଃ ଓହରିଯିବା ପରେ ହଠାତ ତାଙ୍କୁ ଦିନିକିଆ ଦଳର ଅଧିନାୟକ ପଦରୁ ବାହାର କରାଯାଇଥିଲା । ଏହାର ଜବାବରେ ଗାଙ୍ଗୁଲି ପୂର୍ବରୁ କୋହଲିଙ୍କ ସହ ଆଲୋଚନା କରିଥିଲେ ବୋଲି କହିଥିଲେ । କୋହଲି କିନ୍ତୁ ଏହାକୁ ଖଣ୍ଡନ କରିବା ପରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା ।

Leave A Reply

Your email address will not be published.