Latest Odisha News

ରାଜ୍ୟରେ ଶାନ୍ତିପୂର୍ଣ୍ଣ ରହିଛି ଆଇନଶୃଙ୍ଖଳା, ୫ ଜିଲ୍ଲା ହୋଇଛି ମାଓ ମୁକ୍ତ

ଭୁବନେଶ୍ବର : ଉଦଯାପିତ ହୋଇଛି ୬୩ତମ ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀ । ଶେଷ ଦିନରେ ଭର୍ଚୁଆଲରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ପୋଲିସର ଗୁରୁତ୍ବପୂର୍ଣ୍ଣ ଅବଦାନକୁ ପ୍ରଶଂସା କରିଛନ୍ତି । ମହାମାରୀ କରୋନାରେ ୬୧ ଜଣ ପୋଲିସ କର୍ମଚାରୀ ସେମାନଙ୍କ ଜୀବନ ହରାଇଛନ୍ତି । ଦିବଂଗତ ଆତ୍ମାର ସଦ୍‌ଗତି କାମନା କରିବା ସହ ସେମାନଙ୍କ ପରିବାର ବର୍ଗଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

BjdElectrycity

ବର୍ଷ ୨୦୨୧ରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଶାନ୍ତପୂର୍ଣ୍ଣ ଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିପରି ମାଓ ଦମନ କ୍ଷେତ୍ରରେ ଓଡ଼ିଶା ପୋଲିସ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଗତ ୫ ବର୍ଷ ମଧ୍ୟରେ ଅନୁଗୁଳ, ବୌଦ୍ଧ, ଦେବଗଡ଼, ନୟାଗଡ଼ ଏବଂ ସମ୍ୱଲପୁର ଜିଲ୍ଲା ମାଓ ମୁକ୍ତ ହୋଇପାରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।

ମୋ- ସରକାର ଅଧିନରେ ଓଡ଼ିଶା ପୋଲିସ ସମ୍ପର୍କରେ ଭଲ ଫିଡ୍ ବ୍ୟାକ୍ ମିଳିଛି । ସେହିଭଳି ୫-ଟି ଅଧିନରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଯେଉଁଥିରେ ପାସପୋର୍ଟ ଭ୍ୟାରିଫିକେସନକୁ ତ୍ବରାନ୍ବିତ କରାଯିବା ସହ ପୋଲିସ କର୍ମଚାରୀଙ୍କ ପଦୋନ୍ନତି, ଚୋରି ମାମଲାରେ ଇ-ଏଫଆଇଆର ରହିଥିଲା ।

ସେହିପରି ବନ୍ୟଜନ୍ତୁ ବ୍ୟବସାୟ ରୋକିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଛି ଏସଟିଏଫ୍ । ସ୍ପେଶାଲ ଡ୍ରାଇଭ୍ ଜରିଆରେ ଜୀବନ ବଜ୍ରକାପ୍ତା, ବାଘ ଛାଲ କାରବାରର ପର୍ଦ୍ଦାଫାସ ହୋଇଛି । ଖାଲି ସେତିକି ନୁହେଁ, ଅତ୍ୟାଧୁନିକ ଜ୍ଞାନ କୌଶଳ ଜରିଆରେ ତଦନ୍ତ ପ୍ରକ୍ରିୟାରେ ସଫଳତା ମିଳିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।

ରାଜ୍ୟରେ ଶାନ୍ତି ପ୍ରତିଷ୍ଠା ଦିଗରେ ସରକାର ସଫଳତାର ସହ କାର୍ଯ୍ୟ କରୁଛନ୍ତି । ଲୋକଙ୍କ ସୁରକ୍ଷା ସହ ସମାଜର ଅସୁରକ୍ଷିତ ବର୍ଗଙ୍କ ପାଇଁ ସରକାର କାର୍ଯ୍ୟ କରୁଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହାଛଡା ବିପର୍ଯ୍ୟୟ ସମୟରେ ଲୋକଙ୍କ ଜୀବନ ବଞ୍ଚାଇବାରେ ଓଡ୍ରାଫ୍, ଅଗ୍ନିଶମ ଓ ହୋମଗାର୍ଡଙ୍କ ଉଦ୍ୟମକୁ ବେଶ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.