Latest Odisha News

BREAKING NEWS

[ଭିଡିଓ] ରାଜରାସ୍ତାରେ ଜଳିଗଲା କୋଇଲା ବୋଝେଇ ଟ୍ରକ୍

ବାଲେଶ୍ୱର: ଦେଖୁଦେଖୁ ଲୋକଙ୍କ ଆଖି ଆଗରେ ହୁତହୁତ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରକ୍ । ଟ୍ରକଟି ବାଲେଶ୍ୱରରୁ ପଶ୍ଚିମବଙ୍ଗ ଯାଉଥିବା ବେଳେ ଏହି ଅଘଟଣ ଘଟିଥିଲା । ସୌଭାଗ୍ୟବସତଃ ବର୍ତ୍ତି ଯାଛନ୍ତି ଡ୍ରାଇଭର ଓ ହେଲପର । ୬୦ ନମ୍ବର ଜାତୀୟରାଜପଥରେ ଦେଖିବାକୁ ମିଳିଥିଲା ଏଭଳି ଘଟଣା ।

ଖବର ଅନୁସାରେ, କୋଇଲା ବୋଝେଇ କରି ଡବ୍ଲୁବି-୨୩-୯୫୫୬ ନମ୍ବର ଟ୍ରକଟି ବାଲେଶ୍ୱରରୁ ପଶ୍ଚିମବଙ୍ଗ ଯାଉଥିଲା । ହଳଦୀପଦା ନିକଟରେ ହଠାତ୍ ଚକ ଫାଟିଯିବାରୁ ଟ୍ରକରେ ଥିବା କୋଇଲାରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବାକ୍ଷଣେ ଡ୍ରାଇଭର ଓ ହେଲପର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଖବରପାଇ ବସ୍ତା ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆକୁ ଆୟତ୍ତ କରିଥିଲେ ।

ଟ୍ରକରେ ନିଆଁଲାଗିବା ବେଳେ ରାଜପଥରେ ଦେଖଣାହାରୀଙ୍କ ଭିଡ଼ ଜମିଥିଲା । ଫଳରେ କିଛି ସମୟ ପାଇଁ ରାଜପଥର ଭଉୟ ପାଶ୍ୱର୍ରେ ଶତାଧିକ ଗାଡ଼ି ଅଟକି ରହିଥିଲା । ଯାତାୟତରେ ମଧ୍ୟ ବାଧା ସୃଷ୍ଟି ହୋଇଥିଲା । ଦମକଳ ବାହିନୀ ନିଆଁକୁ ଆୟତ୍ତ କରିବା ପରେ ଯାତାୟତ ସ୍ୱଭାବିକ ହୋଇଥିଲା ।

Leave A Reply

Your email address will not be published.