Latest Odisha News

ଶୀଘ୍ର ଉଠନ୍ତୁ, ସୁସ୍ଥ ରୁହନ୍ତୁ ଓ ସଫଳ ହୁଅନ୍ତୁ…

ଭୁବନେଶ୍ୱର: କଥାରେ ଅଛି ଯେଉଁମାନେ ସଅଳ ଶୁଅନ୍ତି ଓ ସଅଳ ଶଯ୍ୟାତ୍ୟାଗ କରିଥାଆନ୍ତି, ସେମାନେ ସ୍ଵାସ୍ଥ୍ୟ, ଧନ ଓ ଜ୍ଞାନବାନ ହୋଇଥାଆନ୍ତି । ଆଜିର ବ୍ୟସ୍ତ ବହୁଳ ଜୀବନରେ ସବୁକିଛି ଏପଟ ସେପଟ ହୋଇ ଯାଉଛି । ପ୍ରାୟତଃ ଅଧିକାଂଶ ଲୋକ ପ୍ରାତଃ କାଳରେ ଶଯ୍ୟତ୍ୟାଗ କରୁନାହାନ୍ତି ।

ସେମାନେ ଉଠିବା ବେଳକୁ ଖରାପଡ଼ି ଦିନ ଆରମ୍ଭ ହୋଇଯାଇଥାଏ । ସେମାନେ କେବେହେଲେ ସୂର୍ଯ୍ୟୋଦୟ ଦେଖିପାରନ୍ତି ନାହିଁ । ଉଦୟ ସମୟରେ ସୂର୍ଯ୍ୟଙ୍କ କିରଣ ସ୍ନିଗ୍ଧ, କୋମଳ ଓ ଶୀତଳ ଥାଏ । ଏହି କିରଣ ଶରୀରର ବିଶେଷ କରି ଚର୍ମ ପାଇଁ ହିତକରୀ ।

ପ୍ରାତଃ କାଳରେ କେତେବେଳେ ଶଯ୍ୟା ତ୍ୟାଗ କରିବା କଥା, ତାହା ମୁନିଋଷି ଓ ଶାସ୍ତବିତ ବହୁ ଆଗରୁ ଠିକ କରିଯାଇଛନ୍ତି ।

ସୂର୍ଯ୍ୟୋଦୟର ଏକ ଘଣ୍ଟା ପୂର୍ବରୁ ଶଯ୍ୟ ତ୍ୟାଗ ଠିକ ଥିଲେ ମଧ୍ୟ ସୂର୍ଯ୍ୟୋଦୟର ଠିକ ଆଗରୁ ନିଦ ଭାଙ୍ଗିବା ଭଲ । ଅନେକଙ୍କ ମତରେ ସକାଳେ ବାସି ଶେଜରେ ହିଁ ଭଲ ନିଦ ହୋଇଥାଏ । ଫଳରେ ଡେରିରେ ଉଠିବା ଏକ ଅଭ୍ୟାସରେ ପରିଣତ ହୋଇପଡ଼ିଛି । ମାତ୍ର ଜଲଦି ଉଠିବା, ସକାଳୁ କାମ ଆରମ୍ଭ କରିବା ଦ୍ଵାରା ଅନେକ ଗୁଡ଼ିଏ ଉପକାର ମିଳିଥାଏ ।

ପୃଥିବୀର ସବୁ ସଫଳ ବ୍ୟକ୍ତିମାନେ ପ୍ରାୟତଃ ପ୍ରାତଃ ଶଯ୍ୟ, ତ୍ୟାଗ କରିଥାଆନ୍ତି । ଏହାର ଅର୍ଥ ନୁହେଁ ଯେ ଡେରିରେ ଉଠୁଥିବା ବ୍ୟକ୍ତି ବିଫଳ । ମାତ୍ର ସକାଳୁ ଜଲଦି ଉଠିବା ଦ୍ଵାରା କାମ ପାଇଁ ଅଧିକ ସମୟ ମିଳିଥାଏ । ସକାଳୁ ଉଠି ନିତ୍ୟକର୍ମ କରିବା ଓ ଗାଧୋଇବା ଦ୍ଵାରା ଉତ୍ତମ ଅଭ୍ୟାସ ହୋଇଥାଏ । ଶରୀର ଓ ମନରେ ନୂତନ ଉସାହ ଦେଖାଯାଇଥାଏ ।

ବିଶେଷଜ୍ଞଙ୍କ ମତରେ ସକାଳୁ ଉଠୁଥିବା ଲୋକଙ୍କର ମାନସିକ ସ୍ଵାସ୍ଥ୍ୟ ଭଲ ରହିଥାଏ । ଦିନର ପ୍ରଥମ ଘଣ୍ଟା ଯେଭଳି କଟିଥାଏ, ବାକି ସମୟ ସେହି ଅନୁସାରେ କଟିଥାଏ । ଗବେଷଣାରୁ ଜଣାପଡ଼ିଛି ଯେ, ସକାଳୁ ଉଠୁଥିବା ଲୋକମାନେ ଯୁକ୍ତାତ୍ମକ ବ୍ୟକ୍ତିତ୍ଵ, ଅଧିକ ଆଶାବାଦୀ ଏବଂ ଜୀବନରେ ଅଧିକ ସନ୍ତୋଷ ଲାଭ କରିଥାନ୍ତି ।

Leave A Reply

Your email address will not be published.