Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କ ନାଁରେ ଫେକ୍‌ ଆଇଡି ମାମଲା, ସ୍ପଷ୍ଟୀକରଣ ଦେଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନାଁରେ ଫେକ୍‌ ଆଇଡି ଖୋଲାଯାଇଥିବା କହିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ । ଏଥିସହ ମୁଖ୍ୟମନ୍ତ୍ରୀଙ୍କ ପ୍ରକୃତ ଆଇଡିର ତଥ୍ୟ ଦେଲା ବିଭାଗ । ମୁଖ୍ୟମନ୍ତ୍ରୀଙ୍କ ଫେସବୁକ, ଇନଷ୍ଟାଗ୍ରାମ, ଏକ୍ସ ଆକାଉଣ୍ଟର ଲିଙ୍କ ମଧ୍ୟ ସେୟାର କରିଛି ଲୋକସମ୍ପର୍କ ବିବାଗ । ୫ଟି ଏବଂ ମୋ ସରକାରକୁ ନେଇ ଉଠିଥିବା ଚର୍ଚ୍ଚାର ମଧ୍ୟ ସ୍ପଷ୍ଟିକରଣ ଦେଇଛି ବିଭାଗ ।

ସୂଚନା ଅନୁସାରେ, ଆଜି ମୁଖ୍ୟମନ୍ତ୍ରୀଙ୍କ ଏକ ଏକ୍ସ ଆକାଉଣ୍ଟରେ ରାଜ୍ୟରୁ ୫ଟି ଓ ମୋ ସରକାର ହଟାଗଲା ବୋଲି ଏକ ପୋଷ୍ଟ ଘୁରିୁଲିଥିଲା । ଯାହାକୁ ନେଇ ଅନେକ ଚର୍ଚ୍ଚା ମଧ୍ୟ ଦେଖିବାକୁ ମିଳିଥିଲା । ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରସାରଣ ପରେ ତତ୍ପର ହୋଇଥିଲା ପ୍ରଶାସନ । ଏହାପରେ ସ୍ପଷ୍ଟିକରଣ ଦେଇ ୫ଟି ଓ ମୋ ସରକାର ସମ୍ପର୍କିତ ଖବର ପ୍ରକାଶ ପାଇଥିବା ଏକ୍ସ ଆକାଉଣ୍ଟଟି ମୁଖ୍ୟମନ୍ତ୍ରୀଙ୍କର ନୁହେଁ ବୋଲି ସୂଚନା ଦେଇଥିଲା ଓଡ଼ିଶା ସୂଚନା ଓ ଲୋକ ସମ୍ପର୍କ ବିଭାଗ । ଅର୍ଥାତ୍ ପୂର୍ବ ପରି ରାଜ୍ୟରେ ୫ଟି ଓ ମୋ ସରକାର ବଳବତ୍ତର ରହିଛି ।

ତେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରକୃତ ଏକ୍ସ ଆକାଉଣ୍ଟ ହେଉଛି https://x.com/MohanMOdisha। ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଫେସ୍‌ବୁକ୍ ଆକାଉଣ୍ଟ facebook.com/MohanMOdishaରହିଥିବା ବେଳେ ଇନଷ୍ଟାଗ୍ରାମ ଆକାଉଣ୍ଟ https://instagram.com/mohanmodisha/ ରହିଛି।

 

 

 

Comments are closed.