Latest Odisha News

BREAKING NEWS

ପାକିସ୍ତାନର କିରାନା ହିଲ୍ସରେ ପରମାଣୁ ରେଡିଏସନ ଲିକ୍ କୁ ନେଇ ଏପରି କହିଲେ IAEA…

ନୂଆଦିଲ୍ଲୀ:ଭାରତ- ପାକିସ୍ତାନ ମଧ୍ୟରେ ସାମରିକ ଉତ୍ତେଜନା ପରେ ପାକ୍ ର ପରମାଣୁ ଭଣ୍ଡାର କିରାନା ହିଲ୍ସରୁ ରେଡିଏସନ ଲିକ୍ ହୋଇଥିବାର ଆଶଙ୍କା ଖବର ସୋମିଆଲ ମିଡିଆ ଓ ଗଣମାଧ୍ୟମରେ ଚର୍ଚ୍ଚାରେ ବିଷୟ ପାଲିଟିଛି । ତେବେ ଅନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସି (IAEA-International Atomic Energy Agency) ସ୍ପଷ୍ଟ କରିଛି ଯେ ପାକିସ୍ତାନର କୌଣସି ପରମାଣୁ କେନ୍ଦ୍ରରୁ ବିକିରଣ ଲିକ୍ ହେବାର କୌଣସି ଘଟଣା ହୋଇନାହିଁ। ଦି ଇଣ୍ଡିଆନ୍ ଏକ୍ସପ୍ରେସର ରିପୋର୍ଟ ଅନୁସାରେ, IAEA ଏହାକୁ ଉତ୍ତର ସ୍ୱରୂପ ଏହି ସୂଚନା ଦେଇଛି।

ଦି ଇଣ୍ଡିଆନ୍ ଏକ୍ସପ୍ରେସର ଏକ ପ୍ରଶ୍ନର ଉତ୍ତରରେ IAEAର ଜଣେ ମୁଖପାତ୍ର କହିଛନ୍ତି “ଆପଣ ଯେଉଁ ରିପୋର୍ଟଗୁଡ଼ିକ ବିଷୟରେ କହୁଛନ୍ତି, ଆମେ ସେ ବିଷୟରେ ଅବଗତ । IAEA ପାଖରେ ଉପଲବ୍ଧ ସୂଚନା ଆଧାରରେ, ପାକିସ୍ତାନର କୌଣସି ପରମାଣୁ ପ୍ରତିଷ୍ଠାନରୁ ବିକିରଣ ଲିକେଜ୍ କିମ୍ବା ନିର୍ଗମନର କୌଣସି ଘଟଣା ଘଟିନାହିଁ।

ଅନ୍ୟପଟେ ଭାରତୀୟ ବାୟୁସେନା ମଧ୍ୟ ସ୍ପଷ୍ଟ ଭାବରେ କହିଥିଲେ ​​ଯେ କିରାନା ପାହାଡ଼ ଉପରେ କୌଣସି ଆଟାକ୍ କରାଯାଇନାହିଁ ।

ପ୍ରେସ ବ୍ରିଫିଂରେ ଏକ ନିର୍ଦ୍ଦିଷ୍ଟ ପ୍ରଶ୍ନର ଉତ୍ତର ଦେଇ ଏୟାର ମାର୍ଶାଲ ଭାରତୀ କହିଥିଲେ, ‘କିରାନା ହିଲ୍ସରେ କିଛି ପରମାଣୁ ପ୍ରତିଷ୍ଠାନ ଅଛି ବୋଲି ଆମକୁ ଜଣାଇବା ପାଇଁ ଧନ୍ୟବାଦ। ଆମେ ଏହା ବିଷୟରେ ଜାଣି ନଥିଲୁ। ଆମେ କିରାନା ପାହାଡ଼ ଉପରେ ଆକ୍ରମଣ କରିନାହୁଁ। ଗତକାଲି ମୋର ବ୍ରିଫିଂରେ ମୁଁ ଏ ବିଷୟରେ ସୂଚନା ଦେଇ ନଥିଲି।

IAEAକୁ ପରମାଣୁ ପର୍ଯ୍ୟବେକ୍ଷକ କୁହାଯାଏ। IAEA ଏକ ଆନ୍ତଃସରକାରୀ ସଂଗଠନ ଯାହା ପରମାଣୁ ଶକ୍ତିର ଶାନ୍ତିପୂର୍ଣ୍ଣ ବ୍ୟବହାରକୁ ପ୍ରୋତ୍ସାହିତ କରିବା ଏବଂ ପରମାଣୁ ଅସ୍ତ୍ର ସମେତ ଯେକୌଣସି ସାମରିକ ଉଦ୍ଦେଶ୍ୟ ପାଇଁ ଏହାର ବ୍ୟବହାରକୁ ରୋକିବା ପାଇଁ ଚେଷ୍ଟା କରେ। ଏହା ୧୯୫୭ ମସିହାରେ ଜାତିସଂଘ (UN) ଅଧୀନରେ ବିଶ୍ୱର “ଶାନ୍ତିର ପରମାଣୁ” ସଂଗଠନ ଭାବରେ ପ୍ରତିଷ୍ଠିତ ହୋଇଥିଲା। ଏହାର ମୁଖ୍ୟାଳୟ ଅଷ୍ଟ୍ରିଆର ଭିଏନାରେ ଅବସ୍ଥିତ। IAEA ଜାତିସଂଘ ସହିତ ଜଡିତ ଏବଂ ସାରା ବିଶ୍ୱରେ ଏହାର ୧୭୮ ଜଣ ସଦସ୍ୟ ଅଛନ୍ତି।
ଏହା ବ୍ୟତୀତ, ବିକିରଣ ସମ୍ବନ୍ଧୀୟ ଘଟଣା ଏବଂ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ IAEA ୨୦୦୫ ମସିହାରେ ଘଟଣା ଏବଂ ଜରୁରୀକାଳୀନ କେନ୍ଦ୍ର( (Incident and Emergency Centre) ଗଠନ କରିଥିଲା।

Comments are closed.