Latest Odisha News

BREAKING NEWS

[ଭିଡିଓ] ମିଳିଲା ଦୁର୍ଘଟଣାଗ୍ରସ୍ତ AFMi17V5 ହେଲିକପ୍ଟରର ବ୍ଲାକ ବକ୍ସ

ଭବନେଶ୍ୱର: ଗତକାଲି ତାମିଲନାଡୁ କୁନ୍ନରୁ ହେଲିକପ୍ଟର ଦୁର୍ଘଟଣାରେ ୧୩ ଜଣ ପ୍ରାଣ ହରାଇଥିଲେ । ସେବେଠୁ ଦୁର୍ଘଟଣାର କାରଣ ଜାଣିବାକୁ ଜାରି ରହିଛି ଅହରହ ତଦନ୍ତ । ଶେଷରେ ତଦନ୍ତ ପ୍ରକ୍ରିୟା ଆଉ ପାଦେ ଆଗେଇଛି । ମିଳିଛି ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରର ବ୍ଲାକ ବକ୍ସ ଡାଟା ରେକର୍ଡର୍ ।

ଦୁର୍ଘଟଣା ଘଟିଥିବା ଇଲାକାର ପ୍ରାୟ ୧ କି.ମି ପରିଧୀ ମଧ୍ୟରେ ଖୋଳତାଡ କରିବା ପରେ ଅନୁସନ୍ଧାନକାରୀ ଦଳ ବ୍ଲାକ ବକ୍ସ ଠାବ କରିବାରେ ସଫଳ ହୋଇଥିଲା । ପୂର୍ବରୁ ଏହି ମର୍ମନ୍ତୁଦ ଦୁର୍ଘଟଣାର ତଦନ୍ତ କରିବାକୁ ଭାରତୀୟ ବାୟୁସେନା ନିର୍ଦ୍ଦେଶ ଜାରି କରିଥିଲା । ସଦ୍ୟ ରିପୋର୍ଟ ଅନୁଯାୟୀ ଏୟାର ମାର୍ସାଲ ମାନବେନ୍ଦ୍ର ସିଂ ଦୁର୍ଘଟଣାର ତଦନ୍ତ ଭାର ସମ୍ଭାଳିଛନ୍ତି ।

Leave A Reply

Your email address will not be published.