Latest Odisha News

BREAKING NEWS

କୁଏତରୁ ଫେରିଥିବା ଯାଜପୁରର ଦୁଇଜଣ କରୋନା ସଂକ୍ରମିତ

ଯାଜପୁର: କୁଏତରୁ ଫେରିଥିବା ଯାଜପୁର ଜିଲ୍ଲାର ଦୁଇଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ବଡ଼ଚଣା ଓ ଅନ୍ୟ ଜଣେ ବରୀ ଅଞ୍ଚଳର ବୋଲି ଜଣାପଡ଼ିଛି ।

ସୂଚନା ଅନୁସାରେ, ଗତ ନଭେମ୍ବର ୨୬ତାରିଖରେ ସେମାନେ କୁଏତରୁ ଭାରତକୁ ଆସିଥିଲେ । ସେମାନଙ୍କର ଆରଟିପିସିଆର ଟେଷ୍ଟ କରିବା ପରେ କରୋନା ପଜିଟିଭ ହୋଇଥିବା ଜଣାପଡ଼ିଥିଲା । ଏହା ଓମିକ୍ରନ ଭ୍ୟାରିଏଣ୍ଟ କି ନୁହେଁ, ଏହାର ଜେନମ ସିକ୍ୱେନ୍ସ ପରୀକ୍ଷା ପାଇଁ ନମୂନା ଭୁବନେଶ୍ୱର ପଠାଯାଇଛି ।

ଉଭୟଙ୍କ ଚିକିତ୍ସା ବର୍ତ୍ତମାନ ଯାଜପୁର କଳିଙ୍ଗନଗର କୋଭିଡ଼ ହସ୍ପିଟାଲରେ ଚାଲୁଥିବା ଜଣାପଡ଼ିଛି । ସେମାନଙ୍କ ସମ୍ପର୍କୀୟମାନଙ୍କ ମଧ୍ୟ ନମୂନା ସଂଗ୍ରହ କରାଯାଇଛି । ଏନେଇ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ବିରଞ୍ଚି ନାରାୟଣ ବାରିକ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.