Latest Odisha News

BREAKING NEWS

ଅନୁମତି ନ ନେଇ ଘରୋଇ ପୁରସ୍କାର ଗ୍ରହଣ କରି ପାରିବେନି ଆଇଏଏସ୍, ଆଇପିଏସ୍ ଅଧିକାରୀ

ଭୁବନେଶ୍ୱର: ଘରୋଇ ସଂସ୍ଥା କିମ୍ବା ବ୍ୟକ୍ତି ବିଶେଷଙ୍କ ଠାରୁ ପୁରସ୍କାର ଗ୍ରହଣ ପୂର୍ବରୁ ନେବାକୁ ପଡ଼ିବ ଅନୁମତି । ଆଇଏଏସ୍, ଆଇପିଏସ୍ ଓ ଆଇଏଫ୍ଏସ୍ ଅଧିକାରୀ କୌଣସି ଘରୋଇ ସଂସ୍ଥା ଠାରୁ ପୁରସ୍କାର ନେବା ପୂର୍ବରୁ ଅନୁମତି ନେବାକୁ ପଡ଼ିବ ।

କର୍ତ୍ତୃପକ୍ଷଙ୍କ ଠାରୁ ପୂର୍ବରୁ ଅନୁମତି ନେଇ ଘରୋଇ ସଂସ୍ଥା ଠାରୁ ପୁରସ୍କାର ଗ୍ରହଣ କରି ପାରିବେ । ରାଜ୍ୟରେ କାର୍ଯ୍ୟ କରୁଥିବା ସର୍ବଭାରତୀୟ ସ୍ତରର ଅଧିକାରୀ ରାଜ୍ୟ ସରକାରଙ୍କ ଠାରୁ ଅନୁମତି ନେବେ । କେନ୍ଦ୍ରରେ କାର୍ଯ୍ୟରତ ଅଧିକାରୀ ସମ୍ପୃକ୍ତ ମନ୍ତ୍ରଣାଳୟର ସଚିବ ଅଥବା ବିଭାଗ ଠାରୁ ଅନୁମତି ମାଗିବେ । କେନ୍ଦ୍ର ସରକାରଙ୍କ ସଚିବ ହୋଇଥିଲେ କ୍ୟାବିନେଟ୍ ସଚିବଙ୍କ ଠାରୁ ଅନୁମତି ନେବାକୁ ପଡ଼ିବ ।

ତେବେ ପୁରସ୍କାର ବାବଦରେ ଅର୍ଥ କିମ୍ବା ଅନ୍ୟ କୌଣସି ସୁବିଧା ନଥିଲେ ଅନୁମତି ଦେବେ କର୍ତ୍ତୃପକ୍ଷ । ପୁରସ୍କାର ଦେଉଥିବା ଘରୋଇ ସଂସ୍ଥାର ଭାବମୂର୍ତ୍ତି ସ୍ୱଚ୍ଛ ହୋଇଥିବା ଆବଶ୍ୟକ । ନୂତନ ଗାଇଡଲାଇନକୁ ମାନିବା ଲାଗି କେନ୍ଦ୍ର ସରକାରଙ୍କ ସମସ୍ତ ମନ୍ତ୍ରଣାଳୟ, ବିଭାଗ ସହ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.