Latest Odisha News

BREAKING NEWS

ଧର୍ମ ପରିବର୍ତ୍ତନ ପାଇଁ ପ୍ରବର୍ତ୍ତାଉ ଥିବା ବେଳେ ୨ ଯୁବକଙ୍କୁ ଧରି ପୋଲିସରେ ଦେଲେ ଗ୍ରାମବାସୀ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅଞ୍ଚଳରୁ ଆସିଛି ସଙ୍ଗୀନ ଅଭିଯୋଗ । ଲୋକଙ୍କୁ ହିନ୍ଦୁ ଧର୍ମରୁ ଅନ୍ୟ ଧର୍ମକୁ ପରିବର୍ତ୍ତନ ପାଇଁ ୨ ଯୁବକ ପ୍ରବର୍ତ୍ତାଉ ଥିବା ଅଭିଯୋଗ ହୋଇଛି । ଖ୍ରୀଷ୍ଟ ଧର୍ମ ଗ୍ରହଣ ପାଇଁ ପ୍ରବର୍ତ୍ତାଇବା ବେଳେ ଗ୍ରାମବାସୀ ୨ ଯୁବକଙ୍କୁ ଧରିଛନ୍ତି ।

୨ ଯୁବକଙ୍କ ଠାରୁ ବାଇବେଲ୍ ସହ ବାଦ୍ୟ ଯନ୍ତ୍ର ମିଳିଛି । ଗ୍ରାମବାସୀ ୨ ଯୁବକଙ୍କୁ ବିନିକା ଥାନା ପୋଲିସ ଜିମା ଦେଇଛନ୍ତି । ତେବେ ଯୁବକ ୨ ଜଣ କିଏ ? ଘର କେଉଁଠି ? କାହା ପ୍ରରୋଚନାରେ ଆସି ଧର୍ମ ପରିବର୍ତ୍ତନ ପାଇଁ ପ୍ରବର୍ତ୍ତାଉ ଥିଲେ ତାହା ଜଣାପଡ଼ିନାହିଁ । ପୋଲିସ ବି କୌଣସି ପ୍ରତିକ୍ରିୟା ରଖି ନାହିଁ ।

Leave A Reply

Your email address will not be published.