Latest Odisha News

BREAKING NEWS

ସୁରକ୍ଷା ବାହିନୀର କାର୍ଯ୍ୟକଳାପର ସିଧା ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଲେ ସରକାର

ନୂଆଦିଲ୍ଲୀ: ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ଏପ୍ରିଲ ୨୨ ତାରିଖରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଶନିବାର ସମସ୍ତ ଗଣମାଧ୍ୟମ ସଂସ୍ଥା ପାଇଁ ଏକ ପରାମର୍ଶ ଜାରି କରିଛି।

ସରକାର ଗଣମାଧ୍ୟମ ଗୁଡ଼ିକୁ ପ୍ରତିରକ୍ଷା ଅଭିଯାନ ଏବଂ ସୁରକ୍ଷା ବାହିନୀର ଯେକୌଣସି କାର୍ଯ୍ୟକଳାପର ସିଧା ପ୍ରସାରଣ ନ କରିବାକୁ ଅନୁରୋଧ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଜାଣତ କିମ୍ବା ଅଜାଣତରେ ଡିଫେନ୍ସ ସମ୍ପର୍କିତ ଅପରେସନ ଟେଲିକାଷ୍ଟ କରିବା ଦ୍ବାରା ଶତ୍ରୁମାନଙ୍କୁ ତଥ୍ଯ ମିଳିଯାଇପାରେ।

ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ପ୍ରତିରକ୍ଷା ମାମଲା ଉପରେ ରିପୋର୍ଟିଂକୁ ଦୃଷ୍ଟିରେ ରଖି ସରକାରଙ୍କ ଦ୍ୱାରା ଏହି ପରାମର୍ଶ ଜାରି କରାଯାଇଛି।

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ଆଡଭାଇଜରିରେ କୁହାଯାଇଛି, “ଜାତୀୟ ସୁରକ୍ଷା ସ୍ୱାର୍ଥକୁ ଦୃଷ୍ଟିରେ ରଖି ସମସ୍ତ ମିଡିଆ ପ୍ଲାଟଫର୍ମ, ନ୍ୟୁଜ୍ ଏଜେନ୍ସି ଏବଂ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ପ୍ରତିରକ୍ଷା ଏବଂ ଅନ୍ୟାନ୍ୟ ସୁରକ୍ଷା-ସମ୍ବନ୍ଧୀୟ କାର୍ଯ୍ୟ ସମ୍ବନ୍ଧୀୟ ବିଷୟରେ ରିପୋର୍ଟ କରିବା ସମୟରେ ସମ୍ପୂର୍ଣ୍ଣ ଦାୟିତ୍ୱର ସହିତ କାର୍ଯ୍ୟ କରିବା, ଆଇନ ଏବଂ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ପରାମର୍ଶ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ଗତ ମଙ୍ଗଳବାର ଦିନ ଦକ୍ଷିଣ କାଶ୍ମୀରର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ପହଲଗାମରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଉପରେ ଗୁଳି ଚଳାଇବା ଫଳରେ ୨୬ ଜଣଙ୍କର ମୃତ୍ୟୁ ଘଟିଥିଲା।

 

Comments are closed.