ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ଟ୍ୱିଟର୍ ଆକାଉଣ୍ଟ ହ୍ୟାକ୍ । ଆଜି ସୋସିଆଲ୍ ମିଡିଆ ଆକାଉଣ୍ଟ କିଛି ସମୟ ପାଇଁ ହ୍ୟାକ୍ ହୋଇଥିଲା । ହ୍ୟାକର ଆକାଉଣ୍ଟକୁ ଏଲନ୍ ମସ୍କ ନାଁରେ ଲେଖିଥିଲେ । ଯେଉଁଠାରେ ଲେଖା ହୋଇଥିଲା ଗ୍ରେଟ୍ ଜବ୍ । ଏଥିସହ କିଛି ଲିଙ୍କ୍ ବି ସେୟାର କରିଥିଲେ ହ୍ୟାକର୍ ।
ଏହାର କିଛି ସମୟ ପରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଆକାଉଣ୍ଟକୁ ପୁନଃସ୍ଥାପିତ କରିଥିଲେ । ହ୍ୟାକର କରିଥିବା ଟ୍ୱିଟକୁ ଡିଲିଟ୍ କରିବା ସହ ପ୍ରୋଫାଇଲ୍ ଫଟୋକୁ ଅପଲୋଡ୍ କରାଯାଇଥିଲା ।
The account @Mib_india has been restored. This is for the information of all the followers.
— Ministry of Information and Broadcasting (@MIB_India) January 12, 2022