Latest Odisha News

BREAKING NEWS

ଆଲୋକ କମିଲେ ଟେଷ୍ଟ ମ୍ୟାଚରେ ପରୀକ୍ଷଣ ଭାବେ ବ୍ୟବହାର ହେବ ଗୋଲାପୀ ବଲ

ନୂଆଦିଲ୍ଲୀ: ଆଇସିସି ଅଧ୍ୟକ୍ଷ ଜୟ ଶାହଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଟେଷ୍ଟ ମ୍ୟାଚକୁ ନେଇ ଏକ ବଡ ନିଷ୍ପତି ନିଆଯାଇଛି । ଯଦି ମ୍ୟାଚ ସମୟରେ ଆଲୋକର ଅଭାବ ପରିଲକ୍ଷିତ ହୁଏ ଏବଂ ଫ୍ଲଡ ଲାଇଟ୍ସର ବ୍ୟବହାର କରାଯାଏ ତେବେ ପରୀକ୍ଷଣ ଭାବେ ଗୋଲାପୀ ବଲର ବ୍ୟବହାର କରାଯିବ । ଯଦି ଖେଳାଳିମାନେ କୌଣସି ଅସୁବିଧାର ସମ୍ମୁଖୀନ ହୁଅନ୍ତି ତେବେ ଏହି ନିୟମରେ ପରିବର୍ତନ କରାଯିବ । ଟେଷ୍ଟ ମ୍ୟାଚରେ ଯଦି ଉଭୟ ଟିମ ଏ ନେଇ ରାଜି ହେବେ ତେବେ ଗୋଲାପୀ ବଲର ବ୍ୟବହାର କରାଯିବ । ଆଇସିସି ନିୟମ ଅନୁସାରେ ପ୍ରତ୍ୟେକ ଦିନ ୯୦ ଓଭର ବୋଲିଂ କରାଯିବ ।

୭୫ ଓଭର ଖେଳାଯିବା ପରେ ଆଲୋକ କମିଲେ ଫ୍ଲଡ ଲାଇଟ୍ସ ଜଳାଯିବ ଏବଂ ବାକି ୧୫ ଓଭରରେ ଗୋଲାପୀ ବଲ ବ୍ୟବହାର କରାଯିବ । ବୈଠକରେ ଟିମର ହେଡ କୋଚ ଟେଷ୍ଟ ମ୍ୟାଚ ବ୍ରେକ ସମୟରେ ପଡିଆକୁ ଆସିପାରିବେ ବୋଲି ନିଷ୍ପତି ନିଆଯାଇଛି । ସେହିପରି କୌଣସି ବୋଲରଙ୍କ ଆକ୍ସନ ଉପରେ ଅମ୍ପାୟରଙ୍କ ସନ୍ଦେହ ହେଲେ ହକ ଆଇ ଡାଟାର ବ୍ୟବହାର ହୋଇପାରିବ । ଏହି ସମସ୍ତ ନିୟମ ପରୀକ୍ଷଣ ଭାବେ ଲାଗୁ କରାଯିବ । ଯଦି ଏଥିରେ ସଫଳତା ମିଳେ ତେବେ ଏହାକୁ ସମ୍ପୂର୍ଣ୍ଣ ଭାବେ ଲାଗୁ କରାଯିବ ।

Leave A Reply

Your email address will not be published.