ଭୁବନେଶ୍ବର:୩ ମାସ ଭିତରେ ପୂରଣ ହେବ ୫ହଜାର ନର୍ସିଂ ପଦବୀ । ଏନେଇ ଖୁବ୍ ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ।
ଏଥିସହ ମେଡିକାଲ କ୍ଷେତ୍ରରେ ଅନ୍ୟ ୫ହଜାର ପଦବୀ ପ୍ରକାଶ ପାଇବ । ମେଡିକାଲ କ୍ଷେତ୍ରକୁ ବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।
ଆହୁରିମଧ୍ୟ ଇଣ୍ଟେଲ ଆସନ୍ତା ୫ ବର୍ଷ ଭିତରେ ଓଡ଼ିଶାରେ ୨୮ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ବୋଲି ଚୁକ୍ତିନାମା ସ୍ୱାକ୍ଷର ହୋଇଛି । ଯାହା ଫଳରେ ଓଡ଼ିଶାର ଯୁବକଯୁବତୀଙ୍କୁ ଅଧିକ ନିଯକ୍ତି ମିଳିବ ବୋଲି କହିଛନ୍ତି ମନ୍ତ୍ରୀ ।