Latest Odisha News

BREAKING NEWS

ଆଇସିସି ମହିଳା ଟି୨୦ ବିଶ୍ୱକପ କାର୍ଯ୍ୟସୂଚୀ ଘୋଷିତ: ଗୋଟିଏ ଗ୍ରୁପରେ ଭାରତ, ପାକିସ୍ତାନ

ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ବର୍ଷ ହେବାକୁ ଥିବା ଆଇସିସି ମହିଳା ଟି୨୦ ବିଶ୍ୱକପ କ୍ରିକେଟ ପାଇଁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ଏହା ଅକ୍ଟୋବର ୩ରୁ ୨୦ ପର୍ଯ୍ୟନ୍ତ ଖେଳାଯିବ । ଏହି ମେଗା ଟୁର୍ଣ୍ଣାମେଂଟରେ ଭାରତ ଓ ପାକିସ୍ତାନ ଗୋଟିଏ ଗ୍ରୁପରେ ସ୍ଥାନ ପାଇଛନ୍ତି । ୧୦ଟି ଟିମକୁ ୨ଟି ଗ୍ରୁପରେ ଭାଗ କରାଯାଇଛି । ଗ୍ରୁପ ଏରେ ଅଷ୍ଟ୍ରେଲିଆ, ଭାରତ, ନ୍ୟୁଜିଲାଣ୍ଡ, ପାକିସ୍ତାନ ଓ କ୍ୱାଲିଫାୟର ୧ ରହିଛନ୍ତି । ସେହିପରି ଗ୍ରୁପ ବିରେ ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ୱେଷ୍ଟଇଣ୍ଡିଜ, ବାଂଲାଦେଶ ଓ କ୍ୱାଲିଫାୟର ୨ ରହିଛନ୍ତି ।

BjdElectrycity

ଗ୍ରୁପ ପର୍ଯ୍ୟାୟରେ ସମସ୍ତ ଟିମ ୪ଟି ଲେଖାଏଁ ମ୍ୟାଚ ଖେଳିବେ । ପ୍ରତ୍ୟେକ ଗ୍ରୁପରୁ ୨ଟି ଟିମ ସେମିଫାଇନାଲକୁ ଉନ୍ନୀତ ହେବେ । ଏହା ୧୭ ଓ ୧୮ରେ ଖେଳାଯିବ । ସେହିପରି ଫାଇନାଲ ମ୍ୟାଚ ୨୦ରେ ଆୟୋଜିତ ହେବ । ଅକ୍ଟୋବର ୬ରେ ସିଲହଟରେ ଭାରତ ଓ ପାକିସ୍ତାନ ମଧ୍ୟରେ ହାଇ ଭୋଲଟେଜ ମୁକାବିଲା ଖେଳାଯିବ ।

Leave A Reply

Your email address will not be published.