Latest Odisha News

BREAKING NEWS

ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କୁ ଆକ୍ରମଣ

ପୁରୀ: କଂଗ୍ରେସ ପାର୍ଥି ଉମା ବଲଭ ରଥଙ୍କୁ ଆକ୍ରମଣ। ସନ୍ଧ୍ୟା ସମୟରେ ଗୁଣ୍ଡିଚା ମନ୍ଦିର ନିକଟରେ ପ୍ରଚାର କରୁଥିବା ବେଳେ କିଛି ଦୃର୍ବୃତ ଆକ୍ରମଣ କରିଛନ୍ତି। ତେବେ ଆକ୍ରମଣରେ ମୁଣ୍ଡରେ ଆଘାତ ଲାଗିଛି। କିଏ ଓ କହଁକି ଆକ୍ରମଣ କରିଛି ଏଯାଏ ସ୍ପଷ୍ଟ ହୋଇନାହିଁ। ପୁରୀ କୁମ୍ଭରପଡା ଥାନାରେ  ଏ ନେଇ ଏତଲା ଦିଆଯାଇଛି।

BjdElectrycity

ଉଲ୍ଲେଖଯୋଗ୍ଯ, ଆଜି ସୁଜିତ ମହାପାତ୍ରଙ୍କ ସ୍ଥାନରେ ଉମା ବଲ୍ଲଭ ରଥଙ୍କୁ ପୁରୀ ବିଧାନସଭା ଆସନରୁ ଟିକେଟ ଦେଇଛି କଂଗ୍ରେସ। ଏହାପରେ ଆକ୍ରମଣର ଖବର ସାମ୍ନାକୁ ଆସିଛି। କଂଗ୍ରେସ ଆଜି ମୋଟ୍ ପାଞ୍ଚଟି ସ୍ଥାନରେ ପ୍ରାର୍ଥୀ ବଦଳାଇଥିଲା।

ଆକ୍ରମଣ ଘଟଣା ପୂର୍ବରୁ କିଛି କଂଗ୍ରେସ କର୍ମୀ ନିଜ ଜିଲ୍ଲା କାର୍ଯ୍ୟାଳୟରେ ହଙ୍ଗାମା କରିଛନ୍ତି। ପୂର୍ବରୁ କଂଗ୍ରେସ ଏହି ଆସନ ପାଇଁ ସୁଜିତ ମହାପାତ୍ରଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା। କିନ୍ତୁ ଶନିବାର ସୁଜିତ ମହାପାତ୍ରଙ୍କ ସମେତ ୫ଟି ବିଧାନସଭା ଆସନରେ ଦଳ ପ୍ରାର୍ଥୀ ବଦଳାଇଛି। ସୁଜିତ ମହାପାତ୍ରଙ୍କ ସ୍ଥାନରେ କଂଗ୍ରେସର ବରିଷ୍ଠ ନେତ୍ରୀ ଉମା ବଲ୍ଲଭ ରଥଙ୍କୁ ପ୍ରାର୍ଥୀ କରାଯାଇଛି।

କଂଗ୍ରେସ ପ୍ରାର୍ଥୀ ପରିବର୍ତ୍ତନ କରିବା ପୂର୍ବରୁ ସୁଜିତ ମହାପାତ୍ର ନାମାଙ୍କନ ପତ୍ର ଦାଖଲ କରିସାରିଥିଲେ। ସୁଜିତ ମହାପାତ୍ରଙ୍କୁ ଦଳ ବାଦ୍ ଦେବା ନିଷ୍ପତ୍ତିରେ କ୍ଷୁବ୍ଧ ହୋଇ ତାଙ୍କ ସମର୍ଥକମାନେ ରବିବାର ଦଳର ଜିଲ୍ଲା କାର୍ଯ୍ୟାଳୟକୁ ଯାଇ ଭଙ୍ଗାରୁଜା କରିଥିଲେ। ସେମାନେ ଦଳୀୟ ପୋଷ୍ଟର ଓ ପତାକା ଭାଙ୍ଗିବା ସହ କାର୍ଯ୍ୟାଳୟ ଭିତରେ ଥିବା ଆସବାବପତ୍ର ନଷ୍ଟ କରିଛନ୍ତି। ସେମାନେ କଂଗ୍ରେସର ରାଜ୍ୟ ନେତାଙ୍କ ବିରୋଧରେ ସ୍ଲୋଗାନ ମଧ୍ୟ ଦେଇଥିଲେ।

ଦଳର ନିଷ୍ପତ୍ତିକୁ ନେଇ ଅସନ୍ତୋଷ ବ୍ୟକ୍ତ କରି ସୁଜିତ ମହାପାତ୍ର କହିଛନ୍ତି ଯେ, ସେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଷଡ଼ଯନ୍ତ୍ରର ଶିକାର ହୋଇଛନ୍ତି।

ସେହିପରି ଗତକାଲି ପୁରୀ ଲୋକସଭା ଆସନର କଂଗ୍ରେସ ପ୍ରାର୍ଥୀ ବଦଳାଇ ଥିଲା କଂଗ୍ରେସ। ଜିଲ୍ଲାର ଦଳୀୟ ସଭାପତି ଜୟ ନାରାୟଣ ପଟ୍ଟନାୟକଙ୍କୁ ସାଂସଦ ପ୍ରାର୍ଥୀ କରିଛି କଂଗ୍ରେସ।  ପ୍ରଥମେ ସୁଚରିତା ମହାନ୍ତିଙ୍କୁ ଦଳ ଟିକେଟ୍ ଦେଇଥିଲା। ଏହାପରେ ସେ ନିର୍ବାଚନ ଖର୍ଚ୍ଚ ପାଇଁ ଫଣ୍ଡିଂରେ ଦଳ ସହଯୋଗ କରୁନଥିବା ଅଭିଯୋଗ ଆଣି ଟିକେଟ୍ ଫେରାଇ ଦେଇଥିଲେ। ଏହାପରେ ଦଳ ଜୟ ନାରାୟଣଙ୍କ ଉପରେ ମୋହର ମାରିଛି।

Leave A Reply

Your email address will not be published.