ଲଣ୍ଡନ: ଭାରତର ଉଦୀୟମାନ ମହିଳା କ୍ରିକେଟର ସ୍ମୃତି ମାନ୍ଧନା ୨୦୨୧ ଆଇସିସି ମହିଳା କ୍ରିକେଟର ପୁରସ୍କାର ହାସଲ କରିଛନ୍ତି । ଏହି ସିଜନରେ ସେ ୨୨ ଆନ୍ତର୍ଜାତୀୟ ମ୍ୟାଚରେ ୮୫୫ ରନ ସଂଗ୍ରହ କରିଥିଲେ । ଏଥିରେ ଗୋଟିଏ ଶତକ ଓ ୫ ଅର୍ଦ୍ଧଶତକ ସାମିଲ । ଆଇସିସି ପକ୍ଷରୁ ଘୋଷଣା କରାଯାଇଥିବା ବର୍ଷକର ଅନ୍ୟ ପୁରସ୍କାର ନିମ୍ନରେ ଦିଆଗଲା ।
1.ଆଇସିସି ଅମ୍ପାୟର: ମାରାଇସ ଇରାସମୁସ 2.ପୁରୁଷ ଟି୨୦ କ୍ରିକେଟର: ମହମ୍ମଦ ରିଜୱାନ (ପାକିସ୍ତାନ) 3.ମହିଳା ଟି୨୦ କ୍ରିକେଟର: ଟାମି ବିମଂଟ (ଇଂଲଣ୍ଡ) 4.ଏମର୍ଜିଂ ପୁରୁଷ କ୍ରିକେଟର: ଜାନେମାନ ମାଲାନା (ଦକ୍ଷିଣ ଆଫ୍ରିକା) 5.ଏମର୍ଜିଂ ମହିଳା କ୍ରିକେଟର:ଫାତିମା ସାନା (ପାକିସ୍ତାନ) 6.ଆସୋସିଏଟ କ୍ରିକେଟର (ପୁରୁଷ): ଜୀଶନ ମକସୁଦ (ଓମାନ) 7.ଆସୋସିଏଟ କ୍ରିକେଟର (ମହିଳା): ଆନ୍ଦ୍ରେ ମାଏ ଜେପେଡା (ଅଷ୍ଟ୍ରିଆ) 8.ପୁରୁଷ ଦିନିକିଆ କ୍ରିକେଟର: ବାବର ଆଜାମ (ପାକିସ୍ତାନ) 9.ମହିଳା ଦିନିକିଆ କ୍ରିକେଟର: ଲିଜେଲ ଲି (ଦକ୍ଷିଣ ଆଫ୍ରିକା) 10.ମହିଳା ଟେଷ୍ଟ କ୍ରିକେଟର (ପୁରୁଷ): ଜୋ ରୁଟ (ଇଂଲଣ୍ଡ) 11. ମହିଳା କ୍ରିକେଟର: ସ୍ମୃତି ମାନ୍ଧନା (ଭାରତ) 12.ପୁରୁଷ କ୍ରିକେଟର: ଶାହୀନ ଆଫ୍ରିଦୀ (ପାକିସ୍ତାନ) ।
Comments are closed.