Latest Odisha News

ବାପା ହେବାକୁ ଯାଉଛନ୍ତି ହୋଷ୍ଟ ଆଦିତ୍ୟ ନାରାୟଣ ,ସୋସିଆଲ ମିଡିଆରେ ସେୟାର କଲେ ଫଟୋ

ମୁମ୍ବାଇ : ଖୁବ୍ ଶୀଘ୍ର ବାପା ହେବାକୁ ଯାଉଛନ୍ତି ଲୋକପ୍ରିୟ ଗାୟକ ଉଦିତ ନାରାୟଣଙ୍କ ପୁଅ ହୋଷ୍ଟ ଆଦିତ୍ୟ ନାରାୟଣ ।ଏନେଇ ଆଦିତ୍ୟ ପତ୍ନୀ ଶ୍ୱେତାଙ୍କ ସହ କରିଥିବା ମ୍ୟାଟରନିଟି ଫୋଟୋ ସୁଟ ସମୟର କିଛି ଫଟୋକୁ ସୋସିାଲ ମିଡିଆରେ ସେୟାର କରିଛନ୍ତି । ନିଜେ ବାପା ହେବାକୁ ଯାଉଛନ୍ତି ବୋଲି ନିଜର ପ୍ରଶଂସକ ମାନଙ୍କୁ ଜଚ୍ଚାଇଛନ୍ତି । ଏହା ଆଦିତ୍ୟ ଓ ଶ୍ୱେତାଙ୍କ ପ୍ରଥମ ସନ୍ତାନ ହେବ ।

ଏନେଇ ଆଦିତ୍ୟ ନାରାୟଣଙ୍କ ପରିବାର ବର୍ଗ ମଧ୍ୟ ପୁରା ଖୁସି ଅଛନ୍ତି ।ଆଦିତ୍ୟ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ଲେଖିଛନ୍ତି ମୁଁ ଆପଣମାନଙ୍କ ଆର୍ଶୀବାଦ ଚାହୁଛି ଓ ଖୁବ୍ ଶିଘ୍ର ଆମର ପ୍ରଥମ ସନ୍ତାନକୁ ସ୍ୱାରତ କରିବାକୁ ଯାଉଛି ।୨୦୧୦ରେ ପ୍ରଥମେ ଫିଲ୍ମ ‘ଶାପିତ୍‌’ରେ ଦୁହେଁ କାମ କରିଥିଲେ ।ପରେ ଉଭୟଙ୍କ ମଧ୍ୟରେ ଭଲ ପାଇବା ଗଢି ଉଠିଥିଲା ।ଶେଷରେ ଆଦିତ୍ୟ-ଶ୍ୱେତା ଡିସେମ୍ବର ୧, ୨୦୨୦ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

 

 

Comments are closed, but trackbacks and pingbacks are open.